Cricket

ଏସଆ କପରେ କାହିଁକି ଚୟନ ହେଲନି ୟୁଜବେନ୍ଦ୍ର ଚହଲ? , କଣ କହିଲେ ରୋହିତ

ଅପେକ୍ଷାର ହେଲା ଅନ୍ତ । ଘୋଷଣା ହେଲା ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍ ଚୟନ କମିଟି । କେଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କୁ ଟିମରେ ସ୍ଥାନ ମିଳିଛି । ଚହଲଙ୍କୁ ଟିମରେ ସ୍ଥାନ ମିଳିନାହିଁ ।

ଏନେଇ ପ୍ରେସ କନଫରେନ୍ସରେ କ୍ୟାପଟେନ ରୋହିତ ଶର୍ମା ଚହଲଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି । ରୋହିତଙ୍କ ଅନୁସାରେ ଏହି ଖେଳାଳି ବିଶ୍ୱକପ ପ୍ଲାନର ଅଂଶ ଅଛନ୍ତି । ୟୁଜେବନ୍ଦ୍ର ଚହଲ ପାଇଁ ଏବେ ଯାଏଁ ବିଶ୍ୱକପ ଖେଳିବାର ବାଟ ବନ୍ଦ ହୋଇ ନାହିଁ । ଆମକୁ ସେମାନଙ୍କୁ ଏଥିରେ ବାଦ ଦେବାକୁ ପଡିଲା କାରଣ ଆମକୁ କେବଳ ୧୭ ଖେଳାଳି ଚୟନ କରିବାର ଥିଲା । ଆହୁରି ରୋହିତ କହିଛନ୍ତି କି ଟପ ୩ରେ କୌଣସି ପରିବର୍ତ୍ତନ ହେବ ନାହିଁ । ଅର୍ଥାତ ରୋହିତ, ଗିଲ ଓପନିଂ କରିବେ ଆଉ ବିରାଟ ୩ ନମ୍ବର ସ୍ଥାନରେ ଆସିବେ ।

Related posts

ଗୁରୁଦିବସରେ ଗୁରୁଙ୍କୁ ମନେପକାଇଲେ ସଚିନ

Odisha Sports Bureau

WTCରେ କିଏ ମାରିଛି ସର୍ବାଧିକ ଶତକ ?

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau