Football

କିସ ଦେଇ ଫସିଗଲେ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ

ଲୌସେନ୍‌: କିସ ଦେଇ ଫସିଗଲେ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ | ସ୍ପେନ୍‌ର ଫିଫା ମହିଳା ବିଶ୍ବକପ୍‌ ବିଜେତା ଦଳର ପ୍ରମୁଖ ଖେଳାଳି ଜେନି ହର୍ମୋସୋଙ୍କୁ ସ୍ପେନ୍‌ ଫୁଟବଲ୍‌ ସଂଘ ସଭାପତି ଲୁଇସ୍‌ ରୁବେଲ୍ସ ପୁରସ୍କାର ପ୍ରଦାନ ମଞ୍ଚରେ ଓଠକୁ ଚୁମ୍ବନ ଦେବା ଘଟଣାରେ ଫିଫା କାର୍ଯ୍ୟାନୁଷ୍ଠାନ ନେବ। ଫିଫା ଶୃଙ୍ଖଳା ସମିତି ଏ ସଂପର୍କରେ ଲୁଇସ୍‌ଙ୍କୁ ଅବଗତ କରାଇ ଦେଇଛି। ଲୁଇସ୍‌ଙ୍କ ଉକ୍ତ ଆଚରଣ ଫିଫା ଶୃଙ୍ଖଳା ନିୟମାବଳୀର ଧାରା ୧୩ ପାରା ୧ ଓ ୨ ର ଉଲ୍ଲଂଘନ କରୁଥିବା କୁହାଯାଇଛି। ମହିଳା ଫୁଟବଲ୍‌ ଖେଳାଳିଙ୍କ ସୁରକ୍ଷା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ଜେନି ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବରୁ ସ୍ପେନ୍‌ ସରକାର ଓ କ୍ରୀଡ଼ା ମନ୍ତ୍ରାଳୟ ମଧ୍ୟ ଲୁଇସ୍‌ଙ୍କ ଏହି ଆଚରଣକୁ ନିନ୍ଦା କରିଛି।

Related posts

ଭାରତରେ ପୁରୁଷ ଫିଫା ବିଶ୍ୱକପ ପରେ ମହିଳା ବିଶ୍ୱକପ

Odisha Sports Bureau

କୁନ୍ଦୁରା ବ୍ଲକ ସ୍ତରୀୟ ଏସଡିସି କପ୍ ଦୁଇ ଦିନିଆ କାର୍ଯ୍ୟକ୍ରମ ଶୁଭାରମ୍ଭ

Odisha Sports Bureau

ଓମାନଠାରୁ ପରାସ୍ତ ପରେ ଭାରତ ଫିଫା ବିଶ୍ୱକପର ଦୌଡରୁ ବାହାର ହୋଇଛି

Odisha Sports Bureau