Cricket

ଏସିଆ କପ୍ ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା

ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ରବିବାର ଅପରାହ୍ନ ୩ଟାରେ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଗୁରୁବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ସୁପର-୪ ମ୍ୟାଚ୍‌ରେ ଶ୍ରୀଲଙ୍କା ୨ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନ୍‌ର ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲ୍‌ରେ ଜିତିଥିଲା।

ସେମିଫାଇନାଲ୍ ସଦୃଶ ଏହି ମ୍ୟାଚ୍ ଦୁଇ ଦଳ ପାଇଁ କର ବା ମର ହୋଇଥିଲା। ବର୍ଷା କିନ୍ତୁ ପ୍ରଥମରୁ ପ୍ରତିବଂଧକ ସାଜିବାରୁ ପ୍ରଶଂସକ ଆଶାଙ୍କାରେ ପଡ଼ିଥିଲେ। ବର୍ଷା ଅଟକିବା ପରେ ମ୍ୟାଚ୍‌କୁ ୪୫ ଓଭର କରାଯାଇଥିଲା। ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ କରିଥିଲା। କିନ୍ତୁ ୨୭.୪ ଓଭରରେ ବ‌ର୍ଷା ପୁଣି ପ୍ରତିବଂଧକ ସାଜିବାରୁ ପରବର୍ତ୍ତୀ ସମୟରେ ଏହାକୁ ୪୨ ଓଭର କରାଯାଇ ପୁନଃ ଆରମ୍ଭ ହୋଇଥିଲା। ସେତେବେଳେକୁ ପାକିସ୍ତାନ ୧୩୦/୫ରେ ସଂଘର୍ଷ କରୁଥିଲା। ଅଧିକ ୱିକେଟ୍‌ ହରାଇଥିବାରୁ ୪୨ ଓଭର ଶେଷରେ ଶ୍ରୀଲଙ୍କା ସମ୍ମୁଖରେ ମାତ୍ର ଗୋଟିଏ ରନ୍‌ କମ୍ ଲକ୍ଷ୍ୟ ରଖାଯାଇଥିଲା।

Related posts

IPLରେ ମାଲିଙ୍ଗାଙ୍କ ଏଣ୍ଟ୍ରି

Odisha Sports Bureau

୧୫ ମହଲା ବାଲକୋନୀରୁ ଚହଲଙ୍କୁ ଝୁଲାଇଥିବା କ୍ରିକେଟରଙ୍କ ପାଇଁ ‘ଲାଇଫ ଟାଇମ ବ୍ୟାନ’ ଦାବି କଲେ ରବି ଶାସ୍ତ୍ରୀ

ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ଭାରତ ହେବ ବିଜେତା