Cricket

ପରସ୍ପରକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଶ୍ରୀଲଙ୍କା

ବ୍ୟୁରୋ: ଏସିଆ କପର ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସୁପର -୪ର ଶେଷ ମ୍ୟାଚରେ ଭାରତ ବାଲାଂଦେଶଠାରୁ ହାରିଥିବା ବେଳେ ଶ୍ରୀଲଙ୍କା ପାକିସ୍ତାନ ଠାରୁ ରୋମାଞ୍ଚକ ବିଜୟ ହାସଲ କରିଛି । ଆସନ୍ତା କାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୩ ଫାଇନାଲ ମ୍ୟାଚ ଖୋଳାଯିବ । ଏହି ମ୍ୟାଚ ଶ୍ରୀଲଙ୍କାର କଲମ୍ବୋର ପ୍ରେମଦାସ ଷ୍ଟାଡିୟମରେ ଆସନ୍ତା କାଲି ଅପରାହ୍ନ ୩ଟାରେ ଖେଳାଯିବ । ତେବେ ନିର୍ଧାରିତ ସମୟ ଅନୁଯାୟୀ ୨.୩୦ରେ ଟସ ପଡିବ ବୋଲି କୁହାଯାଇଛି । ଆହତ ଜନିତ ସମସ୍ୟା ଯୋଗୁଁ ଅକ୍ଷରଙ୍କ ସ୍ଥାନରେ ଟିମରେ ଓ୍ଵାଶିଂଟନ ସୁନ୍ଦରକୁ ସାମିଲ କରାଯାଇଛି । ସେହିପରି ବିପକ୍ଷ ଶ୍ରୀଲଙ୍କା ଦଳରୁ ମଧ୍ୟ ବାଦ ଡିଛନ୍ତି ମହେଶ ତୀକ୍ଷଣା । ତେବେ ଭାରତ ୧୧ ଥର ଏସିଆ କପ ଫାଇନାଲରେ ପ୍ରବେଶ କରିଥିବା ବେଳେ ଶ୍ରୀଲଙ୍କା ୧୨ ଥର ପ୍ରବେଶ କରିଛି । ଦିନିକିଆରେ ଭାରତ ୬ ଥର ଏସିଆ କପ୍ ଜିତିଥିବା ବେଳେ ଶ୍ରୀଲଙ୍କା ୫ ଥର ଏସିଆ କପ୍ ଜିତିଛି । ଉଭୟ ଟିମ ଟି-୨୦ ଫର୍ମାଟରେ ଥରେ ଥରେ ଜିତିସାରିଛି । ତେବେ ଏସିଆ କପ ଆସନ୍ତା କାଲି ଫାଇନାଲରେ ଉଭୟ ଟିମ୍ ୮ମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

Related posts

ପାକିସ୍ତାନ କ୍ରିକେଟ୍ ବୋର୍ଡରେ ହଙ୍ଗାମା; ଅଧ୍ୟକ୍ଷ ପଦ ଛାଡ଼ିଲେ ନଜମ ସେଠୀ

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

Odisha Sports Bureau

ଫାଇନାଲ ମ୍ୟାଚ୍ ବିଗାଡ଼ି ପାରେ ବର୍ଷା !

Odisha Sports Bureau