Cricket

ସାଥି ଖେଳାଳିଙ୍କୁ ପାଣି ଯୋଗାଇ ବିରାଟ ସାଜିଛନ୍ତି ୱାଟର ବୟ

ବ୍ୟୁରୋ: ୱାଟର ବୟ ହେଲେ ବିରାଟ କୋହଲି । ସାଥି ଖେଳାଳିଙ୍କୁ ପାଣି ଯୋଗାଇ ବିରାଟ ସାଜିଛନ୍ତି ୱାଟର ବୟ । ଏସିଆ କପର ସୁପର -୪ ମ୍ୟାଚରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିଲା ମ୍ୟାଚ ।ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ଦିଆଯାଇଥିଲା ରେଷ୍ଟ । କିନ୍ତୁ ଏହି ମ୍ୟାଚରେ ସମସ୍ତଙ୍କ ମନ ଜିଣିଥିଲେ ବିରାଟ କୋହଲି । ଏହି ସୁପର ୪ ଶେଷ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୫ଟି ପରିବର୍ତ୍ତନ ସହ ଫଲ୍ଡି କୁ ଓହ୍ଲାଇ ଥିଲା ଭାରତୀୟ ଦଳ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ସମେତ ହାର୍ଦ୍ଦିକ, କୁଲଦୀପ, ବୁମରାହ ଏବଂ ସିରାଜଙ୍କୁ ବିଶ୍ରାମ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ମ୍ୟାଚ ଖେଳୁନଥିବା ବିରାଟ କୋହଲିଙ୍କ ‘ୱାଟର ବୟ’ ସାଜିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହି ମ୍ୟାଚରେ ପ୍ରଥମେ ବୋଲିଂ କରୁଥିବା ଭାରତୀୟ ଦଳ ପାଇଁ ଓଭର ମଝିରେ ପାଣି ନେଇ ମଇଦାନକୁ ଆସିଥିଲେ କିଙ୍ଗ କୋହଲି । ଆଉ ତାଙ୍କର ଏମିତି ଏଣ୍ଟ୍ରି ଦେଖି ଷ୍ଟାଡିୟମରେ ବସିଥିବା ସମସ୍ତେ ଖୁସି ହୋଇଯାଇଛନ୍ତି । ସାଥୀ ଖେଳାଳିଙ୍କ ପାଇଁ ପାଣି ନେଇ ଆସୁଥିବା ବେଳେ ବିରାଟ ମଜାଳିଆ ଷ୍ଟାଇଲରେ ଦୌଡ଼ି ଦୌଡ଼ି ଆସିଥିଲେ । ଆଉ ଏହାକୁ ଦେଖି ଫ୍ୟାନ୍ସ ବେଶି ଖସି ହୋଇଯାଇଥିଲେ । ଆଗରୁ ଏପରି ଅନେକ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ବିରଟ । ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିବା ବେଳେ ଏହା ପୂର୍ବରୁ କୋହଲି ନେପାଳ ସହିତ ମ୍ୟାଚ ଖେଳୁଥିବା ବେଳେ ଫିଲ୍ଡିଂ ସମୟରେ ନେପାଳୀ ଗୀତରେ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଥିଲେ କୋହଲି ।

Related posts

ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାର

Odisha Sports Bureau

ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

ଏବେ ପାକିସ୍ତାନ ବିପକ୍ଷରେ ଛକା ମାରିବେ ବୈଭବ ସୂର୍ଯ୍ୟବଂଶୀ, ଜାଣନ୍ତୁ ଏହା କେଉଁଠି ଏବଂ କେବେ ହେବ

Odisha Sports Bureau