Javelin Throw

ଅଲିମ୍ପିକ୍ ଓ ବିଶ୍ବ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ବିଜେତା ଟ୍ରଫି ବଜାୟ ରଖିବାରେ ବିଫଳ

ବ୍ୟୁରୋ: ଅଲିମ୍ପିକ୍ ଓ ବିଶ୍ବ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ବିଜେତା ଟ୍ରଫି ବଜାୟ ରଖିବାରେ ବିଫଳ ହୋଇଛନ୍ତି। ପ୍ରଥମ ଥ୍ରୋ’ରେ ନିଷ୍ଫଳ ରହିବା ପରେ ନୀରଜ ପରବର୍ତ୍ତୀ ଦୁଇଟିରେ ଯଥାକ୍ରମେ ୮୩.୮୦ ମିଟର, ୮୧.୩୭ ମିଟର ଫିଙ୍ଗିଥିଲେ। ଚତୁର୍ଥରେ ମଧ୍ୟ ନୋ ଥ୍ରୋ ପାଇ ନିରାଶ କରିଥିଲେ। ପଞ୍ଚମ ଓ ଷଷ୍ଠ ଥ୍ରୋ ଯଥାକ୍ରମେ ୮୦.୭୦ ଓ ୮୦.୯୦ ମିଟର ଯାଇଥିଲା। ଫଳରେ ଶନିବାର ୟୁଜିନ୍ ଡାଏମଣ୍ଡ ଲିଗ୍ରେ ଏହି ଭାରତୀୟ ତାରକା ଦ୍ୱିତୀୟ ସ୍ଥାନରେ ପହଞ୍ଚିପାରିଛନ୍ତି। ଚେକ୍ ଗଣରାଜ୍ୟର ଜାକବ ଭାଲଡେଚ ବିଜେତା ହେବା ସହ ତୃତୀୟ ଡାଇମଣ୍ଡ ଲିଗ୍ ଟ୍ରଫି ନିଜ ନାମରେ କରିଥିଲେ। ପୂର୍ବରୁ ୨୦୧୭ ଓ ୨୦୧୮ରେ ବିଜେତା ହୋଇଥିବା ଭାଲଡେଚ ବୁଦାପେଷ୍ଟ ବିଶ୍ବ ପ୍ରତିଯୋଗିତା ଓ ଟୋକିଓ ଅଲିମ୍ପିକ୍ରେ ନୀରଜଙ୍କ ପଛରେ ରହି ରୌପ୍ୟ ଜିତିଥିଲେ। ଫିନଲାଣ୍ଡର ଓଲିଭର ହଲାଣ୍ଡ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୟୁଜିନ୍ରେ ଗତ ବର୍ଷ ଆୟୋଜିତ ବିଶ୍ବ ପ୍ରତିଯୋଗିତାରେ ନୀରଜ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ବର୍ତ୍ତମାନ ଏବେ ନୀରଜଙ୍କ ପରବର୍ତ୍ତୀ ଲକ୍ଷ୍ୟ ହାଙ୍ଝୋଉ ଏସୀୟ କ୍ରୀଡ଼ା।

Related posts

ଏସୀୟ କ୍ରୀଡାରେ ରୌପ୍ୟ ଜିତିଲେ କିଶୋର, ସ୍ୱର୍ଣ୍ଣ ଜିତିଲେ ନୀରୋଜ

Odisha Sports Bureau

ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

Odisha Sports Bureau

ନୀରଜଙ୍କ ଟୋକିଓ ଟୁ ପ୍ୟାରିସ ଯାତ୍ରା, ଦୁଇ ଅଲମ୍ପିକ୍ସ ମଧ୍ୟରେ ନୀରଜ ପାଲଟିଲେ ଭାରତର ସବୁଠୁ ବଡ଼ ଆଥଲେଟ

Odisha Sports Bureau