Uncategorized

ବାଳିକା ନୌଚାଳନାରେ ଭାରତର ନେହା ଠାକୁର ରୌପ୍ୟ ପଦକ ହାସଲ କରିଛନ୍ତି

ବ୍ୟୁରୋ : ଏସୀୟ କ୍ରୀଡ଼ା-୨୦୨୩ ଆରମ୍ଭ ହୋଇ ସାରିଥିବାବେଳେ ବାଳିକା ନୌଚାଳନାରେ ଭାରତ ରୌପ୍ୟ ପଦକ ହାସଲ କରିଛି । ବାଳିକା ନୌଚାଳନା ବର୍ଗର ଡିଂଘି ଆଲଏଲ୍ସିଏ ୪ ଇଭେଣ୍ଟରେ ଭାରତର ନେହା ଠାକୁର ରୌପ୍ୟ ପଦକ ହାସଲ କରିଛନ୍ତି। ନେହା ମୋଟ ୩୨ ପଏଣ୍ଟରେ ନିଜର ସାହସିକତା ପ୍ରଦର୍ଶନ କରିଥିଲେ। ନେହାଙ୍କ ଠାରୁ ମାତ୍ର ଗୋଟିଏ ପଏଣ୍ଟ କମ୍ ସ୍କୋର ସହିତ ସିଙ୍ଗାପୁରର କିଏରା ମ୍ୟାରି କାର୍ଲିଲେଙ୍କୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି । ତେବେ ନେହାଙ୍କ ବିଜୟ ପରେ କ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରୌପ୍ୟ ପଦକ ଜିତିଥିବା ନେହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ୨୦୨୩ ଏସୀୟ ଗେମ୍ସରେ ଭାରତର ନାବିକ ଦଳ ପାଇଁ ଏକ ଭଲ ଆରମ୍ଭ ବୋଲି ସେ କହିଛନ୍ତି।
ଏହାପୂର୍ବରୁ, ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏସୀୟ ଗେମ୍ସ-୨୦୨୩ରେ ୧୦ ମିଟର ପୁରୁଷ ଏୟାର ରାଇଫଲ ବର୍ଗରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଐଶ୍ବର୍ୟ୍ୟ ପ୍ରତାପ ସିଂ ତୋମାର୍ ୧୦ ମିଟର ପୁରୁଷ ରାଇଫଲ ଫାଇନାଲ୍ ଇଣ୍ଡିଭିଜୁଆଲ୍ ଇଭେଣ୍ଟ୍ରେ ବ୍ରୋଞ୍ଜ ଜିତିଥିଲେ। ଏହାଛଡ଼ା ଆମ ଦେଶ ୨୫ ମିଟର୍ ରାପିଡ୍ ଫାୟାର୍ ପିସ୍ତଲରେ ବ୍ରୋଞ୍ଜ୍ ଜିତିଥିଲା।

Related posts

ହକି ବିଶ୍ୱକପ୍ ପାଇଁ ଓଡ଼ିଶାରେ ପହଞ୍ଚିଲା ଭାରତୀୟ ଦଳ

Odisha Sports Bureau

ସରିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ , ସବୁଠାରୁ ଅଧିକ ପଦକ ଜିତିଲା ଆମେରିକା 

Odisha Sports Bureau

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ