ବ୍ୟୁାରୋ : ଯୁବରାଜଙ୍କ ରେକର୍ଡ ଭାଙ୍ଗିଲା ନେପାଳ । ଏସୀୟ କ୍ରୀଡା କ୍ରିକେଟରେ ଇତିହାସ ରଚିଲା ନବାଗତ ନେପାଳ । ଟି-୨୦ ଫର୍ମାଟରେ ରନ ବର୍ଷା କରି ଏକାଧିକ ରେକର୍ଡ ଭାଙ୍ଗିଲା । ଟି-୨୦ ସର୍ବାଧିକ ଇନିଂସ ସ୍କୋର ,ଦ୍ରୁତ ଶତକ ଓ ଦ୍ରୁତ ଅର୍ଦ୍ଧଶତକ । ମଙ୍ଗୋଲିଆ ବିପକ୍ଷରେ ୩୧୪ /୩ ସର୍ବାଧିକ ଟି ୨୦ ସମୁଦାୟ । ଟି-୨୦ ଇତିହାସରେ ପ୍ରଥମ ଦଳ ଭାବେ ୩୦୦ ରନ ଟପିଲା । ଗୋଟିଏ ଇନିଂସରେ ୨୬ ଛକା ମଧ୍ୟ ସର୍ବାଧିକ ଛକାର ରେକର୍ଡ । ଦୀପେନ୍ଦ୍ର ୯ଟି ବଲରେ ଅର୍ଦ୍ଧଶତକ କରି ଯୁବରାଜଙ୍କ ରେକର୍ଡ ଭାଙ୍ଗିଲେ ।ଯୁବରାଜଙ୍କ ୧୨ଟି ବଲରେ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିଲା ।କୁଶଲ ମାଲା ଟି ୨୦ ଫର୍ମାଟରେ ଦ୍ରୁତତମ ଶତକର ରେକର୍ଡ କଲେ । ୩୪ଟି ବଲରେ ଶତକ ପୂରଣ କରି ରେକର୍ଡ କଲେ କୁଶଲ ମାଲା । ରୋହିତ ଶର୍ମା ଓ ଡେଭିଡ ମିଲରଙ୍କ ୩୫ ବଲ ରେ ରେକର୍ଡ ଭାଙ୍ଗିଲେ ।ମଙ୍ଗୋଲିଆକୁ ୪୧ ରନରେ ଅଲଆଉଟ କରି ୨୭୪ ରନରେ ଜିତିଲା ।ଟି-୨୦ ପର୍ମାଟରେ ୨୭୪ ରନ ବ୍ୟବଧାନରେ ବିଜୟ ମଧ୍ୟ ସର୍ବାଧିକ ।ପ୍ରଥମେ ବ୍ୟାଟିଂ କରିଥିବା ନେପାଳର କୁଶଳ ମଲ୍ଲ ୩୪ ବଲରୁ ଶତକ ଅର୍ଜନ କରି ରେକର୍ଡ ସ୍ଥାପନ କରିଛନ୍ତି । ୫୦ ବଲରୁ ୧୩୭ ରନ୍ କରି ସେ ଅପରାଜିତ ରହିଥିଲେ । ପଂଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀପେନ୍ଦ୍ର ସିଂହ ଐରୀ ମାତ୍ର ୯ ବଲରେ ଅର୍ଦ୍ଧଶତକ ହାସଲ କରି ୨୦୦୭ରୁ ଯୁବରାଜ ସିଂହଙ୍କ ନାଁରେ ଥିବା ୧୨ ବଲରୁ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହି ଦୁଇ ଜଣଙ୍କ ସହ ରୋହିତ ପୌଡେଲ ୨୭ ବଲରୁ ୬୧ ରନ୍ କରି ଦଳୀୟ ସ୍କୋରକୁ ୩୧୪ ପର୍ୟ୍ୟନ୍ତ ପହଞ୍ଚାଇଛନ୍ତି । ଯାହା ଟି-୨୦ ଫର୍ମାଟର ସର୍ବାଧିକ ଦଳୀୟ ସ୍କୋର । ଏହି ତିନି ରେକର୍ଡ ସହ ଚତୁର୍ଥ ରେକର୍ଡ ଆସିଛି ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ ଭାବେ ।୩୧୫ ରନର ବିଜୟ ଲକ୍ଷ୍ୟ ପିଛା କରି ମଙ୍ଗୋଲିଆ ମାତ୍ର ୪୧ ରନରେ ଅଲ୍ଆଉଟ୍ ହୋଇଯାଇଛି । ବଡ଼ କଥା ହେଉଛି ୪୧ ରନରୁ ୨୩ ରନ୍ ଆସିଛି ଏକ୍ସଟ୍ରା ଭାବେ । ନେପାଳ ୨୭୩ ରନରେ ବିଜୟ ଲାଭ କରିବା ସହ ଏହା ମଧ୍ୟ ଏକ ରେକର୍ଡ ହୋଇଛି । ଏହି ଇଭେଣ୍ଟରେ ଋତୁରାଜ ଗାୟକୱାଡଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ୩ ତାରିଖରୁ ତାର ଅଭିଯାନ ଆରମ୍ଭ କରିବ ।
next post