Uncategorized

ଡ୍ରିମ ୧୧ ନାଁରେ ୪୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଠକିଥିବା ଅଭିଯୋଗ

ବିପଦରେ ଅନେକ ଅନଳାଇ ଅନଲାଇନ ଗେମିଂ ଇଣ୍ଡଷ୍ଟ୍ର । ଜିଏସଟି ବିଭାଗ ତରଫରୁ ଆସୁଛି କୋଟି କୋଟି ଟଙ୍କାର ଠକେଇ ଅଭିଯୋଗ । ଡାଇରେକ୍ଟର ଜେନେରାଲ ଆଣ୍ଡ ସର୍ଭିସ ଟ୍ୟାକ୍ସ ଇଣ୍ଟେଲିଜେନ୍ସ ଡିଜିଜିଆଇ ଗତ ସେପ୍ଟେମ୍ବରରେ ପ୍ରାୟ ୬ଟଶ ବଡ ଗେମିଙ୍ଗ କମ୍ପାନୀ ଗୁଡିକୁ କର ପୈଠ ନୋଟିସ ପଠାଇଥିଲେ । ଏହାସହ ଏଇ ଆର.ଏନ.ଜି- ରିଅଲ ମନି ଗେମିଂ କମ୍ପାନୀ ଗୁଡିକ ପ୍ରାୟ ୫୫ ହଜାର କୋଟିର ଜିଏସଟି ନ ଭରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛି ଡି.ଜି.ଜି.ଆଇ । ଆଗାମୀ ସପ୍ତାହରେ ବିଭିନ୍ନ କମ୍ପାନୀ ଗୁଡିକୁ ଆହୁରି ଏକ ଲକ୍ଷ କୋଟିର ଜିଏସଟି ନୋଟିସ ପଠାଯିବ ବୋଲି ସୂତ୍ର ସୂଚନା ରହିଛି ।

ହେଲେ ଏହି ଟିକସ ଫାଙ୍କୁଥିବା କମ୍ପାନୀ ଗୁଡିକ ମଧ୍ୟରେ ଡ୍ରିମ ୧୧ ସମସ୍ତଙ୍କ ନଜରରେ ରହିଛି । କମ୍ପାନୀର ନା ଯେତେ ବଡ, ସେତେ ବଡ ଜିଏସଟି ଫାଙ୍କିର ନୋଟିସ ମଧ୍ୟ ମିଳିଛି । ଗତ ବର୍ଷ ଏପରି ୨୧ ହଜାର କୋଟି ଟଙ୍କାର ଜିଏସଟି ଫାଙ୍କିଥିବା ନେଇ ନୋଟିସ ବେଙ୍ଗୋଲୁରୁସ୍ଥିତ ଏକ ଗେମିଂ ଷ୍ଟାର୍ଟଅପ୍ କମ୍ପାନୀ ଗେମସ୍ କ୍ରାଫ୍ଟକୁ ପଠାଯାଇଥିଲା । ଚଳିତ ବର୍ଷ କିନ୍ତୁ ହର୍ଷ ଜୈନଙ୍କ ଦ୍ୱାରା ପରିଚାଳିତ ଡ୍ରିମ୍ ୧୧କୁ କର ବିଭାଗ ୪୦ ହଜାର କୋଟିର ଟ୍ୟାକ୍ସ୍ ପୈଠ କରିବାକୁ ନୋଟିସ ମିଳିଛି । ତେବେ ଏହା ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ ପରିମାଣର କର ପୈଠ ନୋଟିସ କୌଣସି ଗେମିଂ କମ୍ପାନୀକୁ ମିଳିଛି । ଏହାକୁ ବିରୋଧ କରି ଡ୍ରିମ ୧୧ର ଏକ ବିଭାଗ ଡ୍ରିମ ସ୍ପୋର୍ଟସ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ ଜାରି କରିଛି ।

Related posts

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା

ଆହତ ହେଲେ କର୍ଣ୍ଣାଟକର ଟ୍ରିପଲ ଜମ୍ପର ଅଖିଲେଶ

ଆସନ୍ତା ୯ରୁ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌

Odisha Sports Bureau

Leave a Comment