More Sports

କୋରିଆକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ ପରୁଷ ତୀରନ୍ଦାଜ

ଏସିଆ କ୍ରୀଡାରେ ଭାରତକ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଭାରତ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତି ସାରିଛନ୍ତି । ଏବେ ଭାରତ ପୁଣି ଏକ ସ୍ୱର୍ଣ୍ଣ ଜିତିଛନ୍ତି । ତୀରନ୍ଦାଜରେ ପୁରୁଷ କମ୍ପାଉଣ୍ଡ ଟିମ ଦକ୍ଷିଣ କୋରିଆକୁ ହରାଇ ପଦକ ହାସଲ କରିଛି । ଭାରତ ୨୩୫-୨୩୦ରେ ବିଜୟୀ ହୋଇଛନ୍ତି।

ଟିମ୍‌ ଇଣ୍ଡିଆ ପାଇଁ ଅଭିଷେକ, ଓଜସ୍‌ ଓ ପ୍ରଥମେଶ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଜି ୩ଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସ୍କ୍ଵାସ୍‌ର ମିକ୍ସଡ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିବା ବେଳେ ତୀରନ୍ଦାଜୀରେ ମହିଳା କମ୍ପାଉଣ୍ଡ୍‌ ଟିମ୍‌କୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି। ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

Related posts

ଏସୀୟ ଯୁବ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଲେ ଓଡିଆ ଝିଅ ଜ୍ୟୋତ୍ସ୍ନା ସବର

Odisha Sports Bureau

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

Odisha Sports Bureau

ମୁଁ ଦ୍ୱିତୀୟ ସଚିନ୍ ତେନ୍ଦୁଲକର ହୋଇଥାନ୍ତି: ଟ୍ରିପଲ୍ ଏଚ୍

Odisha Sports Bureau