Cricket

ଶୁବମନଙ୍କ ଅର୍ଦ୍ଧଶତକ ଦେଖି ଝୁମି ଉଠିଲେ ସାରା

ଗତ କାଲି ଭାରତ ଏବଂ ବାଂଲାଦେଶ ମଧ୍ୟରେ ବିଶ୍ୱକପ ୨୦୨୩ ମ୍ୟାଚ ଦେଥିବାକୁ ମିଳିଥିଲା । ଏହି ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି । ମ୍ୟାଚ ଦେଖିବା ପାଇଁ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ଷ୍ଟାଡିୟମରେ ପହଞ୍ଚିଥିଲେ । ମ୍ୟାଚ ଦେଖିବା ପାଇଁ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଷ୍ଟାଡିୟମରେ ପହଞ୍ଚିଥିଲେ । ଯେଉଁଠାରେ ସେ ତାଙ୍କ ରିଆକ୍ସନ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହା ଏବେ ସେସିଆଲ ମିଡିଆରେ ଘୁରି ବୁଲୁଛି । ଏହି ମ୍ୟାଚରେ ଶୁଭମନ ଗିଲଙ୍କ ଛକା ସମସ୍ତଙ୍କୁ ଆକର୍ଶଣ କରିଥିଲା । ଗିଲଙ୍କ ସାନଦାର ଛକା ଦେଖି ସମସ୍ତେ ଖୁସିରେ ଡେଇଁ ପଡିଥିଲେ । ଗିଲଙ୍କ ଏହି ଶାନଦାର ପ୍ରଦର୍ଶନରେ ଯାହାର ରିଆକସନ ଅଧିକ ନୋଟିସ କରାଯାଇଛି । ସେ ହେଉଛନ୍ତି ସାରା ତେନ୍ଦୁଲକର । ଶୁଭମନଙ୍କ ଛକାରେ ସାରା ଷ୍ଟାଡିୟମରେ ଚିଅର କରୁଥିବାର ନଜର ଆସିଥିଲେ ।

ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସାରା ଖୁସିରେ ତାଳି ମାରୁଥିବାର ନଜର ଆସିଛନ୍ତି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ବହୁତ ମଜାଦାର କମେଣ୍ଟ ଦେଇଛନ୍ତି ।   ଏନେଇ ଜଣେ ୟୁଜର୍ସ ଲେଖିଛନ୍ତି “ସଚିନ୍, କଣ ଆପଣଙ୍କ ପକ୍ଷରୁ ହଁ କି?” ଅନ୍ୟ ଜଣେ କହିଛନ୍ତି – “ସାରା ଭାବୀ ଗ୍ରାଉଣ୍ଡରେ ଅଛନ୍ତି, ଆଜି ତ ଶୁବମନ ଭାଇଙ୍କୁ ୧୦୦ ଦରକାର ।” ଆଉ ଜଣେ ଲେଖିଛନ୍ତି- “ଆମେ ଏତେ ସମୟ ପାଇଁ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲୁ।

କହିବାକୁ ଗଲେ ଦୀର୍ଘ ଦିନ ଧରି ସାରା ତେନ୍ଦୁଲକର ଏବଂ ଶୁବମନ ଗିଲ ପରସ୍ପରକୁ ଡେଟ କରୁଛନ୍ତି ବୋଲି ଖବର ଆସିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ​। ହେଲେ  ଥରେ ଗିଲଙ୍କୁ ସାରା ଅଲି ଖାନଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ପରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ଖାଲି ସେତିକି ନୁହେଁ, ଶୁବମନ ଗିଲ କିଏ ଡେଟିଂ କରୁଛନ୍ତି? କିନ୍ତୁ ଏହି ମ୍ୟାଚରେ ସାରା ତେନ୍ଦୁଲକର ଗିଲଙ୍କ ପାଇଁ ଖୁସି ଥିବା ଦେଖିବା ପରେ ପ୍ରଶଂସକଙ୍କ ଦ୍ୱନ୍ଦ୍ୱ ଦୂର ହୋଇଯାଇଛି।

Related posts

ବିଶ୍ୱକପରେ ୫ଟି ହାଇଭୋଲଟେଜ ଗେମ୍

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଏତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ନଥିବା କହିଲେ କୋର୍ଟ

ଓଡିଶା ଆସିବେ BCCI ସଭାପତି ସୌରଭ ଗାଙ୍ଗୁଲି