Cricket

ଆଜି ରାତିରୁ ବିକ୍ରି ହେବ ବିଶ୍ୱକପ ସେମି ଓ ଫାଇନାଲ ଟିକେଟ

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ ୨୦୨୩ ର ଟିକେଟ ଆଜି ରାତିରୁ ସେମିଫାଇନାଲ ଏବଂ ଫାଇନାଲର ଟିକେଟ ବିକ୍ରି ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ୩ଟି ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି । ପ୍ରଥମ ଫାଇନାଲ ନଭେମ୍ବର୧୫ରେ ମୁମ୍ବାଇରେ ଖେଳାଯିବ । ଦ୍ୱିତୀୟ ଫାଇନାଲ କୋଲକାତାରେ ଖେଳାଯିବ । ଫାଇନାଲ ନଭେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯିବ । ସମସ୍ତ ମ୍ୟାଚର ଟିକେଟ ଆଜି ରାତି ୮ଟାରୁ ବିକ୍ରି ହେବ । ‘ticket.cricketworldcup.com’ ୱେବସାଇଟକୁ ଯାଇ କ୍ରିକେଟ ପ୍ରେମୀ ଟିକେଟ କିଣିପରିବେ।

ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚତୁର୍ଥ ସ୍ଥାନ ପାଇଁ ଯୁଦ୍ଧ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ। ଯେଉଁମାନେ ଆଠଟି ଖେଳରୁ ଚାରିଟି ବିଜୟ ହାସଲ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ରହିଛି। ନ୍ୟୁଜିଲ୍ୟାଣ୍ଡ ଜଦି ଆଜିର ମ୍ୟାଚ ଜିତି ନିଏ ତେବେ ଚତୁର୍ଥ ସ୍ଥାନ ପାଇଁ ସେମିରେ ପ୍ରେବଶ କରିବାର ପ୍ରମୁଖ ଦାବିଦର ରହିବ।

Related posts

ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ବଡ ବୟାନ, ଆମେ ବିଶ୍ୱକପ ଖେଳିବାକୁ ଭାରତ ଯିବୁନି

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ

କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିବାକୁ ନିକଟତର ରୋହିତ ଶର୍ମା

Odisha Sports Bureau