Cricket

IPLରେ ଶ୍ରେଷ୍ଠ ଅଧିନାୟକ ICCରେ ଫେଲ୍?

ଅହମ୍ମଦାବାଦ: ଭାରତକୁ ତୃତୀୟ ବିଶ୍ଵକପ୍ ଟ୍ରଫି ଜିତାଇବାରେ ବିଫଳ ଅଧିନାୟକ ରୋହିତ ଶର୍ମା। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବିଶ୍ୱକପ୍ ଫଅଇନାଲରେ ଶୋଚନୀୟ ପରାଜୟର ସାମ୍ନା କରିଛି । ଆଉ ୬ଷ୍ଠ ଥର ପାଇଁ ୱାଲର୍ଡକପ ଜିତି ରେକର୍ଡ କରିଛି ଅଷ୍ଟ୍ରେଲିଆ । ୨୦୨୩ ବିଶ୍ଵକପ୍ ହାରିବା ପରେ କୁହାଯାଉଛି ଯେ, ରୋହିତ ଶର୍ମା କେବଳ ଆଇିପିଏଲର ଶ୍ରେଷ୍ଠ ଅଧିନାୟକ, ଆଇସିସି ଟୁର୍ଣ୍ଣାମେଣ୍ଟରେ ନୁହେଁ। କାରଣ ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ୩ ଆଇସିସି ଟୂର୍ଣ୍ଣାମେଣ୍ଟ ଖେଳି ସବୁଥିରେ ପରାଜିତ ହୋଇଛି। କିନ୍ତୁ ରୋହିତ ଶର୍ମା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵ ନେଇ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି।
ହଁ ଦର୍ଶକ ବନ୍ଧୁ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ନିୟମିତ ଭାବେ ତିନୋଟି ଫର୍ମାଟର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ସର୍ବପ୍ରଥମେ ଆଇସିସି ଟୁର୍ଣ୍ଣାମେଣ୍ଟ ୨୦୨୨ର ଟି-୨୦ ବିଶ୍ଵକପ୍‌ ଖେଳିଥିଲା। ଏଥିରେ ଭାରତ ସେମି ଫାଇନାଲ୍‌ରେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା।

ଏହାପରେ ୨୦୨୩ ଜୁନରେ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ପାଇଁ ମଇଦାନକୁ ଓହ୍ଲାଇଥିଲା। ହେଲେ ଦଳ ଏଥର ମଧ୍ୟ ନିରାଶ କରିଥିଲା। ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ରେ ଭାରତକୁ ୨୦୯ ରନରେ ହରାଇଥିଲା। ଏହି ପରି ଭାବେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ଵରେ ଦ୍ଵିତୀୟ ଥର ଆଇସିସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ୍ ଜିତିପାରି ନ ଥିଲା।
ଏବେ ପୁଣି ଚଳିତ ୱାଲର୍ଡକପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶୋଚନୀୟ ପରାଜୟ ଭୋଗିଛି। ୧୪୦ କୋଟି ଭାରତୀୟ ଆଜି ନିରାଶ ହୋଇଛନ୍ତି।
କିନ୍ତୁ ଆଇପିଏଲ୍‌ରେ ପାନଚହା ପାଞ୍ଚ ପାଞ୍ଚ ଥର ଜିତି ସାରିଛନ୍ତି ରୋହିତ । ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵ ନେଇ ସର୍ବପ୍ରଥମେ ୨୦୧୩ରେ ଟ୍ରଫି ଜିତିଥିଲା। ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଚାମ୍ପିଅନ ହୋଇଥିଲା। ଏହିପରି ରୋହିତ ଶର୍ମା ଆଇପିଏଲ୍‌ରେ ୫ଟି ଟାଇଟଲ୍ ଜିତିଛନ୍ତି। ଏଣୁ ଭାରତ ପାଇଁ ଖେଳିବା ବେଳେ କାହିଁକି ରୋହିତ ଫ୍ଲପ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Related posts

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ

Odisha Sports Bureau

ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ, ମୟଙ୍କ ଆଉଟ୍

Odisha Sports Bureau

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

Odisha Sports Bureau