Cricket

କମାଲ କଲେ ରିଙ୍କୁ ସିଂ : ଛକା ମାରି ମିଡିଆ ବକ୍ସ କାଚ ଭାଙ୍ଗିଦେଲେ

ପୁଣି କମାଲ କଲେ ରିଙ୍କୁ ସିଂ । ଭାରତ ହେଉ ଅବା ସାଉଥ ଆଫ୍ରିକା ସବୁଠି ଛକା ମାରି ଚର୍ଚ୍ଚାରେ ରିଙ୍କୁ । ସାଉଥ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ରେ ୩୯ ବଲରେ ୯ଟି ଚଉକା ଏବଂ ୨ଟି ଛକା ମାରି ୬୮ ରନ୍‌ କରିଥିଲେ ରିଙ୍କୁ । ରିଙ୍କୁ ୧୯ ଓଭରର ଶେଷ ବଲରେ ଏମିତି ଛକା ମାରିଥିଲେ ଯେ, ମିଡିଆ ବକ୍ସରେ ବସିଥିବା ରିପୋର୍ଟର ଭୟରେ ଡରିଯାଇଥିଲେ । ରିଙ୍କୁଙ୍କ ଛକା ସିଧା ଯାଇ ମିଡିଆବକ୍ସର କାଚ ଭାଙ୍ଗି ଦେଇଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ରିପୋର୍ଟସ । ରିଙ୍କୁଙ୍କ ଏଭଳି ଛକା ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହି ସଟ୍‌ ଦେଖି ଫ୍ୟାନ୍ସ ଖୁସିରେ ଗଦଗଦ୍‌ ହେଇଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।

Related posts

ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ

Odisha Sports Bureau

ଗୌତମଙ୍କ ହାତ ଛାଡିଲା ଦଳ

Odisha Sports Bureau

ଚଳିତ ଆଇପିଏଲରେ ନୂଆ ରେକର୍ଡ