Cricket

କମାଲ କଲେ ରିଙ୍କୁ ସିଂ : ଛକା ମାରି ମିଡିଆ ବକ୍ସ କାଚ ଭାଙ୍ଗିଦେଲେ

ପୁଣି କମାଲ କଲେ ରିଙ୍କୁ ସିଂ । ଭାରତ ହେଉ ଅବା ସାଉଥ ଆଫ୍ରିକା ସବୁଠି ଛକା ମାରି ଚର୍ଚ୍ଚାରେ ରିଙ୍କୁ । ସାଉଥ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ରେ ୩୯ ବଲରେ ୯ଟି ଚଉକା ଏବଂ ୨ଟି ଛକା ମାରି ୬୮ ରନ୍‌ କରିଥିଲେ ରିଙ୍କୁ । ରିଙ୍କୁ ୧୯ ଓଭରର ଶେଷ ବଲରେ ଏମିତି ଛକା ମାରିଥିଲେ ଯେ, ମିଡିଆ ବକ୍ସରେ ବସିଥିବା ରିପୋର୍ଟର ଭୟରେ ଡରିଯାଇଥିଲେ । ରିଙ୍କୁଙ୍କ ଛକା ସିଧା ଯାଇ ମିଡିଆବକ୍ସର କାଚ ଭାଙ୍ଗି ଦେଇଥିଲା । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ରିପୋର୍ଟସ । ରିଙ୍କୁଙ୍କ ଏଭଳି ଛକା ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଏହି ସଟ୍‌ ଦେଖି ଫ୍ୟାନ୍ସ ଖୁସିରେ ଗଦଗଦ୍‌ ହେଇଯାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି ।

Related posts

କୋରୋନାରେ ଚାଲିଗଲେ କ୍ରିକେଟ ଜଗତର ମହାନାୟକ

ଆଇସିସି ମ୍ୟାଚ୍ ଫଳାଫଳକୁ ଦୃଷ୍ଟିରେ ରଖି ଫିଲ୍ଡରେ କାକରର ପ୍ରଭାବକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି

Odisha Sports Bureau

ଧୋନିଙ୍କ ଆଣ୍ଠୁ ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଆର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ

Leave a Comment