Cricket

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ, କଟକ ଯାଇ ସମୀକ୍ଷା କଲେ 5T ଅଧ୍ୟକ୍ଷ

କଟକ : ବାରବାଟୀ ଷ୍ଟାଡିୟମର ହେବ ନବୀକରଣ ରାଜ୍ୟ ସରକାରଙ୍କ ଯୋଜନା | ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ କରିବେ ଘୋଷଣା | ଏହା ପୂର୍ବରୁ ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ I ବାରବାଟୀକୁ ବିଶ୍ୱ ସ୍ତରୀୟ ଷ୍ଟାଡିୟମ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ପପୁଲସ ଆର୍କିଟେକ୍ସ ନାମକ ସଂସ୍ଥା ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏଥିରେ ବାରବାଟୀ ଷ୍ଟାଡିଅମର ନବକଳେବର ହେବା ସହ ଦର୍ଶକ ସଂଖ୍ୟା ୩୦ ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ ରହିଛି । ଏସବୁ କାର୍ଯ୍ୟକାରୀ ହେବା ପୂର୍ବରୁ ବୁଧବାର ସକାଳୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିଛନ୍ତି ।

ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମରେ ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟ କୁ ତର୍ଜମା କରିଛନ୍ତି 5T ଅଧ୍ୟକ୍ଷ । ଆସନ୍ତା ୨୭ ତାରିଖରେ ବାରବାଟୀ ଷ୍ଟାଡିୟମ ନବକଳେବର ପ୍ରକଳ୍ପ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ ହେବାର ଅଛି ।

 

ମୁଖ୍ୟମନ୍ତ୍ରୀ ବାରବାଟୀ ନୂଆ ଲୁକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବିସିସିଆଇ, ରାଜ୍ୟ ସରକାର ଓସିଏର ମିଳିତ ଉଦ୍ୟମରେ ଏହି ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ । ମୋଟ ୬୦୦ କୋଟି ଟଙ୍କାର ଅଟକଳ ରେ ହେବ ପୁନଃ ନିର୍ମାଣ କାର୍ଯ୍ୟ । ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ନବକଳେବର ଲାଗି ରାଜ୍ୟ ସରକାର ଓ ଓସିଏ ର ମିଳିତ ଉଦ୍ୟମରେ ହେବ ଖର୍ଚ୍ଚ ।

Related posts

ନିର୍ଣ୍ଣାୟକ ମୁକାବିଲା: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

Odisha Sports Bureau

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଏତେ ସମ୍ବେଦନଶୀଳ ହେବାର ଆବଶ୍ୟକତା ନଥିବା କହିଲେ କୋର୍ଟ

ଋଷଭଙ୍କ ହସ୍ପିଟାଲ ଫଟୋ ସେୟାର କରି ଟ୍ରୋଲ ହେଉଛନ୍ତି ଉର୍ବଶୀ !

Odisha Sports Bureau