Cricket

ଦ୍ୱତତୀୟ ଥର ବାପା ହେବାପରେ ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ସଚିନ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦ୍ୱତତୀୟ ଥରପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । କୋହଲି ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ପୁଅ ଜନ୍ମ ହେବା ବିଷୟରେ ସୂଚନା ଦେଇଛନ୍ତି, ଯାହା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଷ୍ଟାର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ମଧ୍ୟ ଖାସ ଅନ୍ଦାଜରେ ବିରାଟ ଓ ଅନୁଷ୍ମାଙ୍କୁ ଶୁଭକାମନା ଜଣାଇଛନ୍ତି । ତେନ୍ଦୁଲକର ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ , ବିରାଟ ଓ ଅନୁଷ୍କାଙ୍କୁ ଆକାୟଙ୍କ ଆଗମନ ପାଇଁ ଅଭିନନ୍ଦନ , ଆପଣଙ୍କ ସୁନ୍ଦର ପରିବାରରେ ଜଣେ ମୂଲ୍ୟବାନ ସଦସ୍ୟ । ଯେପରିକି ତାଙ୍କ ନାମ କୋଠରୀକୁ ଆଲୋକିତ କରେ , ସେହିପରି ସେ ଆପଣଙ୍କ ଦୁନିଆକୁ ଅସୀମ ଆନନ୍ଦ ଏବଂ ହସରେ ପରିପୂର୍ଣ୍ଣ କରନ୍ତୁ । ଦୁଃସାହସିକ କାର୍ଯ୍ୟ ଏବଂ ସ୍କତୃିଗୁଡିକୁ ଏଠାରେ ଅଛି, ଯାହାକୁ ତୁମେ ସବୁଦିନ ପାଇଁ ମନେ ରଖିବ । ଦୁନିଆକୁ ସ୍ୱାଗତ, ଲିଟିଲ ଚାମ୍ପ’ ।
ଖବର ମୁତାବକ , ପୁତ୍ର ସନ୍ତାନ ଜନ୍ମ ହେବା ପରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେମାନେ ଲେଖିଛନ୍ତି, ‘ ବହୁତ ଖୁସି ଏବଂ ପ୍ରେମଭରା ହୃଦୟର ସହିତ ଏହା କହି ଖୁସି ଲାଗୁଛି ଯେ ଫେବୃୟାରୀ ୧୫ ରେ ଆମେ ଆମର ବେବି ବୟ ‘ଅକାୟ’ ତଥା ଭାମିକାର ସାନଭାଇକୁ ଦୁନିଆକୁ ସ୍ୱାଗତ କରିଛୁ’ ।

Related posts

ବିରାଟ କୋହଲିଙ୍କୁ ନିଜ ଜ୍ବାଇଁ କହି ଚର୍ଚ୍ଚାରେ ଶାହରୁଖ

Odisha Sports Bureau

ବ୍ରାବୋର୍ଣ୍ଣ ଷ୍ଟାଡ଼ିୟମ୍ରେ ରୋହିତଙ୍କ ରେକର୍ଡ଼

Odisha Sports Bureau

ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବି ବାହାରେ ବସିବେ ରୋହିତ

Odisha Sports Bureau