Football

ତାଳଚେର ଥର୍ମାଲ ଏନ. ଟି. ପି. ସି. ରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣା ମେଣ୍ଟଅନୁଷ୍ଠିତ

ତାଳଚେର / ଉତ୍ତମ  ଦାସ:  ସମ୍ପ୍ରତି ତାଳଚେର ଥର୍ମାଲ ଠାରେ ଏନ. ଟି.ପି. ସି. ତରଫରୁ ପାର୍ଶ୍ୱ ବର୍ତ୍ତୀ ଗ୍ରାମାଞ୍ଚଳ ର ଯୁବକ ମାନଙ୍କୁ ନେଇ ଏକ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣା ମେଣ୍ଟ ରେ  ସ୍ଥାନୀୟ ତଥା ଜିଲ୍ଲା ସ୍ତରରୁ ଖେଳାଳି ମାନେ ଯୋଗ ଦେଇ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚକୁ ଉଦଘାଟନ କରି କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀ ଗୌତମ ଦେବ ଏନ. ଟି.ପି. ସି.ର ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଯୁବା ବର୍ଗ ଙ୍କୁ ଖେଳ ରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ମାର୍ଗ ଦର୍ଶନ କରୁଥିବା କହିଥିଲେ।  ସନ୍ଥପଡା ଓ ଛେଣ୍ଡିପଦା ର ଟିମ ଶୀର୍ଷରେ ରହିଥିବାବେଳେ  ଓ ଅନ୍ୟସମସ୍ତ ଦଳ ଉତ୍ସାହ ସହ ଖେଳିଥିଲେ।  ସମସ୍ତ ଖେଳାଳି ମାନଙ୍କୁ ଜର୍ସି ପ୍ରଦାନ କରା ଯିବା ସହ ଗ୍ରାମାଞ୍ଚଳ ଟିମ ମାନଙ୍କୁ ନେଟ, ବଲ ଓ ଅନ୍ୟ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ମ୍ୟାଚ ସମୟରେ ସ୍ଥାନୀୟ ସରପଞ୍ଚ ଓ ବହୁ ଦର୍ଶକ ଏହାକୁ ଉପଭୋଗ କରିଥିଲେ। ଶେଷରେ ଏହି ମ୍ୟାଚରୁ ଜିଲ୍ଲା ଓ ରାଜ୍ୟ ସ୍ତରକୁ ଖେଳାଳି ଚୟନ କରାଯାଇଥିଲା l

Related posts

ସୁଆରେଜଙ୍କ ଦୁଇ ଗୋଲ ସାହାଯ୍ୟରେ ବର୍ଷିଲୋନାର ବିଜୟ

Odisha Sports Bureau

ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau

ଓଡିଶାର ଦୁଇ ମହିଳା ଖେଳାଳୀ ଭାରତୀୟ ଫୁଟବଲ ଦଳରେ ସାମିଲ

Odisha Sports Bureau

Leave a Comment