Cricket

ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ

ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ମହାରାଷ୍ଟ୍ର ରଣଜୀ ଦଳର ପୂର୍ବତନ ଅଧିନାୟକ ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ନୂଆ ‌ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।  ଗତ ଋତୁରେ ଓଡ଼ିଶା ସହ ଯୋଗଦେଇଥିବା ଦୀନେଶ ମୋଙ୍ଗିଆଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ଏଥିସହ ଶୃଙ୍ଖଳାଗତ କାରଣରୁ ତାଙ୍କ ଚୁକ୍ତିର ନବୀକରଣ କରାଯାଇ ନଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି। ଓସିଏର କ୍ରିକେଟ୍‌ ପରାମର୍ଶଦାତା କମିଟି ଏକାଧିକ ପୂର୍ବତନ ଖେଳାଳିଙ୍କ ସାକ୍ଷାତକାର ନେବା ପରେ ସୁରେନ୍ଦ୍ରଙ୍କ ନାମ ସୁପାରିସ କରିଥିଲା। ମହାରାଷ୍ଟ୍ରର ଏହି ଅଲରାଉଣ୍ଡର୍‌ ୯୭ ପ୍ରଥମ ଶ୍ରେଣୀ ଓ ୫୧ ଲିଷ୍ଟ ଏ’ ମ୍ୟାଚ୍‌ ଖେଳିଥିବା ସୂଚନା ରହିଛି। ଯେଉଁ ଥିରୁ ସେ ୭୯୭୧ ଓ ୧୮୦୮ ରନ୍‌ ସଂଗ୍ରହ କରିଥିଲେ। ୧୯୯୨-୯୩ ଋତୁରେ ସୁରେନ୍ଦ୍ରଙ୍କ ନେତୃତ୍ବରେ ମହାରାଷ୍ଟ୍ର ରଣଜୀ ଟ୍ରଫି ଫାଇନାଲ୍‌ରେ ପହଞ୍ଚିଥିଲା। କିନ୍ତୁ ପଞ୍ଜାବଠୁ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ଭାରତୀୟ ଦଳରେ ସେ ସ୍ଥାନ ପାଇ ନଥିଲେ ମଧ୍ୟ ‘ଏ’ ଦଳ ସହିତ ବାଂଲାଦେଶ ଖେଳିବାକୁ ଯାଇଥିଲେ। ୧୪ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ର ପାଇଁ ଖେଳିବା ପରେ ୨୦୨୧ରେ ଅବସର ଘୋଷଣା କରିଥିଲେ। ପରେ ସେ ପ୍ରଶିକ୍ଷକ ଭାବେ ଦ୍ବିତୀୟ ପାଳି ଆରମ୍ଭ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ ମହାରାଷ୍ଟ୍ର ୧୫ ବର୍ଷରୁ କମ୍‌ ଦଳ ପଲି ଉମ୍ରିଗର ଟ୍ରଫିରେ ବିଜେତା ହୋଇଥିଲା। ଏଥିସହିତ ୨୦୦୫ରେ ମହରାଷ୍ଟ୍ରର ରଣଜୀ ଚୟନକର୍ତ୍ତା ଓ ୨୦୦୮ରେ ଭାରତୀୟ ଦଳର ଚୟନକର୍ତ୍ତା ଭାବେ ସେ କାର୍ଯ୍ୟ କରିଛନ୍ତି।

Related posts

ଟି -୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ

Odisha Sports Bureau

୨୦୨୩ ଦିନିକିଆ ବିଶ୍ୱକପ ପୋଷ୍ଟର ଜାରି କଲା ଆଇସିସି

Odisha Sports Bureau

ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର

Odisha Sports Bureau