Cricket

ଚର୍ଚ୍ଚାରେ ଚହଲଙ୍କ ୨୦୦ ୱିକେଟ୍ ମାଇଲ୍‌ଖୁଣ୍ଟ

ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ ବନାମ ଆରଆର ମ୍ୟାଚ ଆରମ୍ଭ ପୂର୍ବରୁ ଚାହଲ ୧୫୨ ମ୍ୟାଚରେ ୧୯୯ ଉଇକେଟ ନେଇଥିଲେ ଏବଂ ଇତିହାସ ସୃଷ୍ଟି କରିବାକୁ ତାଙ୍କୁ ମାତ୍ର ଗୋଟିଏ ଉଇକେଟ ନେବାକୁ ପଡିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମହମ୍ମଦ ନବୀଙ୍କୁ ଆଉଟ୍‌ କରି ତାଙ୍କ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ଚହଲ ପ୍ରଥମ ବୋଲର୍‌ ଭାବେ ଏମିତି କାରନାମା କରିଛନ୍ତି।

ଆଇପିଏଲରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର ହେଉଛନ୍ତି ଡ୍ବେନ ବ୍ରାଭୋ, ଯିଏକି ତାଙ୍କ କ୍ୟାରିୟରରେ ୧୮୩ ଉଇକେଟ ନେଇଥିଲେ। ୟୁଜବେନ୍ଦ୍ର ଚହଲ ୨୦୧୩ରେ ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ମ୍ୟାଚ ଖେଳିଥିଲେ ଏବଂ ଶେଷ ୧୨ ବର୍ଷ ମଧ୍ୟରେ ସେ ୩ଟି ଦଳ ପାଇଁ ଖେଳିଛନ୍ତି। ଚହଲ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମାତ୍ର ଗୋଟିଏ ମ୍ୟାଚ ଖେଳି କୌଣସି ଉଇକେଟ ନେଇପାରି ନ ଥିଲେ। ଏହା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୮ଟି ସିଜିନ୍‌ ଖେଳିଥିଲେ। ଚହଲ ଆଇପିଏଲରେ ଆରସିବି ପାଇଁ ୧୧୩ ମ୍ୟାଚ ଖେଳିଥିଲେ, ଏଥିରେ ସେ ୧୩୯ ଉଇକେଟ ନେଇଥିଲେ। ୨୦୨୨ରେ, ଲେଗ ସ୍ପିନ ଯାଦୁଗର ଚହଲ ରାଜସ୍ଥାନ ରୟାଲ୍ସରେ ପ୍ରବେଶ କରିଥିଲେ। ଚାହଲ ବର୍ତ୍ତମାନ ପର୍ଯ୍ୟନ୍ତ ଆରଆର ପାଇଁ ୩୯ଟି ମ୍ୟାଚ ଖେଳିଛନ୍ତି, ଏଥିରେ ତାଙ୍କ ସ୍ପିନ ବଲରେ ୬୧ ଉଇକେଟ ନେଇଛନ୍ତି।

Related posts

ଆଇପିଏଲରୁ ବାଦ ପଡିଲେ ସାମ କରନ

Odisha Sports Bureau

ଦକ୍ଷିଣ ଆଫ୍ରିକାର ଦମଦାର ପ୍ରଦର୍ଶନ

Odisha Sports Bureau

ଗୁଜରାଟକୁ ପରାଜୟର ସ୍ୱାଦ ଚଖାଇଲା ପଞ୍ଜାବ