Cricket

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ

ଚେନ୍ନାଇ: ଆଇପିଏଲ୍ର ୧୭ ତମ ସଂସ୍କରଣ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଆଜି ଖେଳାଯିବ ଚଳିତ ସିଜିନ୍ ୩୯ ତମ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ । ରାତି ୭ ଟା ୩୦ ମିନିଟିରେ ଖେଳାଯିବ ଏହି ମୁକା ବିଲା । ଉଭୟ ଟିମ୍ ପାଇଁ ଏହି ମ୍ୟାଚ ବିଜୟୀ ଜରୁରୀ । ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପର କିଙ୍ଗସ ୭ଟି ମୁକା ବିଲା ଖେଳିସାରିଛି । ଯେଉଁ ଥିରେ ୪ଟି ମ୍ୟାଚ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ ର ୪ର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପରକିଙ୍ଗସ୍ । ତେବେ ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଭଲ ପ୍ରଦର୍ଶନ କରୁଛି । ତେଣୁ ପ୍ଲେ-ଅପ୍ ରେସରେ ରହିବାକୁ ହେଲେ ଦଳକୁଏହି ଦଳକୁ ବିଜୟ ଜରୁରୀ । ହେଲେ ଚେନ୍ନାଇ ପାଇଁ ଟେନସନ ଓପନର ଯୋଡି । ଏବେ ଯାଏଁ ଓପନିଂ ଯୋଡି ଭଲ ଆରମ୍ଭ କରିପାରିନାହାନ୍ତି । ମଧ୍ୟ କ୍ରମ ଏବଂ ଶେଷ ଆଡକୁ ଆସୁଥିବା ବ୍ୟାଟରଙ୍କ ଲାଗି ଦଳ ସମ୍ମାନଜନକ ସ୍କୋର କରିପାରୁଛି । ତେବେ ଦେଖାଯାଉ ଆଜିର ମ୍ୟାଚ କିପରି ପ୍ରଦର୍ଶନ କରୁଛି ସିଏସ୍କେ। ସେହିପହି ଲକ୍ଷ୍ନୌ ଜାଏଣ୍ଟଓ ଏବେ ସୁଦ୍ଧା ୭ଟି ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହେବାକୁ ପଡିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍ ର ୫ମ ସ୍ଥାନରେ ରହିଛି ଟିମ୍ । ଚେନ୍ନାଇ ପରି ଲକ୍ଷ୍ନୌ ଟିମ୍ ମଧ୍ୟ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଶାଣିତ ପ୍ରଦର୍ଶନର୍ଶ ଜାରି ରଖିଛି। ତେଣୁ ଆଜି ଖେଳାଯିବାକୁଥିବା ମ୍ୟାଚ ରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।

Related posts

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

Odisha Sports Bureau

ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି

Odisha Sports Bureau

ଅଧିନାୟକ ଶୁବମନ ଗିଲ୍ ଙ୍କ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ରେକର୍ଡ