Cricket

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ

କୋଲକାତା : ଚାଲିଛି ଆଇପିଏଲର ୧୭ ତମ ସସ୍କରଣ । ଆଉ ଏହସଂସ୍କରଣରେ ଆଜି ଖେଳାଯିବ ୪୨ ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ।ଆଜି ରାତି ୭ଟା ୩୦ ମିନିଟରେ ଖେଳାଯିବ ଏହି ମ୍ୟାଚ । ତେବେ ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍ ରାଇଡର୍ସ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତ ହେବାକୁ ପଡିଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ ର ୨ୟ ସ୍ଥାନରେ ରହିଛି । ଚଳିତ ସିଜନରେ କୋଲାକାତା ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଫର୍ମରେ ରହିଛି । ଖାସ୍ କରି ଦଳର ଓପନିଂ ଯୋଡି ଏବଂ ଶେଷ ପର୍ୟ୍ୟାୟରେ ରସେଲ ଏବଂ ରିଙ୍କୁ ସିଂ ହଙ୍କ ବ୍ୟାଟିଂ ଦଳ ପା ଇଁ ବେଶ୍ ପାଇଦା ଦେଉଛି । ସେହିପରି ବୋଲିଂ ରେ ମଧ୍ୟ ଦଳ ଭଲ କରୁଛି । ତେଣୁ ଦେଖାଯାଉ ଆଜିର ମ୍ୟାଚରେ ଦଳ କିପରି ଟିମ୍ ପ୍ରଦର୍ଶନ କରୁଛି । ଅନ୍ୟପଟେ ପଞ୍ଜାବ କିଙ୍ଗସ୍ ଏବେ ଯାଏଁ ୮ଟି ମୁକାବିଲା ଖେଳିଛି । ଯେଉଁଥିରୁ ୨ଟି ମ୍ୟାଚ ରେ ବିଜୟୀ ହୋଇଥିବାବେଳେ ୬ଟି ମୁକା ବିଲାରେ ପରା ସ୍ତ ହୋଇଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ ର ୯ମ ସ୍ଥାନରେ ରହିଛି । ଦଳରେ ଷ୍ଟାର ଖେଳାଳି ଥିଲେ ମଧ୍ୟ ଠିକଣା ସମୟରେ ପ୍ରଦର୍ଶନ କରିପାରୁ ନାହାନ୍ତି । ଯାହାକି ଦଳ ପାଇଁ ସାଜିଛି ଚିନ୍ତାର କାରଣ । ଦେଖାଯାଉ ଆଜିର ମ୍ୟାଚ ରେ କୋଲକାତାକୁ ଟକ୍କର ଦେଇପାରିବ କି ପଞ୍ଜାବ ତାହାରି ଉପରେ ସମସ୍ତଙ୍କ ନଜର ରହିଛି ।

Related posts

ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମିକା ମାହିକାଙ୍କୁ ହୃଦୟରୁ ପ୍ରଶଂସା କରି କହିଛନ୍ତି, “ସେ ମୋ ଜୀବନରେ ଆସିବା ପରଠାରୁ ସବୁ କିଛି ବଦଳିଯାଇଛି”

Odisha Sports Bureau

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

Odisha Sports Bureau

ଏସିଆ କପ୍‌ : ରବିବାର ଭାରତ-ପାକ୍‌ ଲଢ଼େଇ

Odisha Sports Bureau