କୋଲକାତା : ଚାଲିଛି ଆଇପିଏଲର ୧୭ ତମ ସସ୍କରଣ । ଆଉ ଏହସଂସ୍କରଣରେ ଆଜି ଖେଳାଯିବ ୪୨ ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ।ଆଜି ରାତି ୭ଟା ୩୦ ମିନିଟରେ ଖେଳାଯିବ ଏହି ମ୍ୟାଚ । ତେବେ ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍ ରାଇଡର୍ସ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତ ହେବାକୁ ପଡିଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ ର ୨ୟ ସ୍ଥାନରେ ରହିଛି । ଚଳିତ ସିଜନରେ କୋଲାକାତା ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂ ରେ ଜବରଦସ୍ତ ଫର୍ମରେ ରହିଛି । ଖାସ୍ କରି ଦଳର ଓପନିଂ ଯୋଡି ଏବଂ ଶେଷ ପର୍ୟ୍ୟାୟରେ ରସେଲ ଏବଂ ରିଙ୍କୁ ସିଂ ହଙ୍କ ବ୍ୟାଟିଂ ଦଳ ପା ଇଁ ବେଶ୍ ପାଇଦା ଦେଉଛି । ସେହିପରି ବୋଲିଂ ରେ ମଧ୍ୟ ଦଳ ଭଲ କରୁଛି । ତେଣୁ ଦେଖାଯାଉ ଆଜିର ମ୍ୟାଚରେ ଦଳ କିପରି ଟିମ୍ ପ୍ରଦର୍ଶନ କରୁଛି । ଅନ୍ୟପଟେ ପଞ୍ଜାବ କିଙ୍ଗସ୍ ଏବେ ଯାଏଁ ୮ଟି ମୁକାବିଲା ଖେଳିଛି । ଯେଉଁଥିରୁ ୨ଟି ମ୍ୟାଚ ରେ ବିଜୟୀ ହୋଇଥିବାବେଳେ ୬ଟି ମୁକା ବିଲାରେ ପରା ସ୍ତ ହୋଇଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ ର ୯ମ ସ୍ଥାନରେ ରହିଛି । ଦଳରେ ଷ୍ଟାର ଖେଳାଳି ଥିଲେ ମଧ୍ୟ ଠିକଣା ସମୟରେ ପ୍ରଦର୍ଶନ କରିପାରୁ ନାହାନ୍ତି । ଯାହାକି ଦଳ ପାଇଁ ସାଜିଛି ଚିନ୍ତାର କାରଣ । ଦେଖାଯାଉ ଆଜିର ମ୍ୟାଚ ରେ କୋଲକାତାକୁ ଟକ୍କର ଦେଇପାରିବ କି ପଞ୍ଜାବ ତାହାରି ଉପରେ ସମସ୍ତଙ୍କ ନଜର ରହିଛି ।
next post