ନୂଆଦିଲ୍ଲୀ: ସରିଛି ଆଇପିଏଲ ୨୦୨୪ । ଦମଦାର ପ୍ରଦର୍ଶନ କରି ଟ୍ରଫି ହାତେଇଲା କେକେଆର । କିନ୍ତୁ ଆପଣ ମାନେ ଜାଣି ଛନ୍ତି କି ଆଇପିଏଲ କ୍ରିକେଟରେ ବ୍ୟବହାର ହେଉଥିବା ଷ୍ଟମ୍ପ ଏବଂ ବେଲର ଦାମ କେତେ ରହିଛି? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଷ୍ଟମ୍ପ ଓ ବେଲର ଦାମ ଯେତିକି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଖେଳାଳୀ ମଧ୍ୟ ଏତିକି ଟଙ୍କାରେ ହୋଇନଥିବେ ବିକ୍ରି ।
ରିପୋର୍ଟ ଅନୁଯାୟୀ, ଆଇପିଏଲର ୧୪ ତମ ସିଜନରେ ବ୍ୟବହୃତ ଷ୍ଟମ୍ପ ଏବଂ ସେମାନଙ୍କ ଲାଇଟର ଦାମ ପ୍ରାୟ ୪୦ ଲକ୍ଷ ଟଙ୍କା ।ତେବେ ଆଇପିଏଲ କଥା ଛାଡନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଟି -୨୦ ବିଶ୍ୱକପ ସମୟରେ ପୁରା ଟିମର ମ୍ୟାଚ ଫି ଯେତିକି ନୁହେଁ ତାଠାରୁ ଅଧିକ ହେଉଛି ଷ୍ଟମ୍ପ ଓ ବେଲର ଦାମ । ଟି -୨୦ ବିଶ୍ୱକପରେ ମ୍ୟାଚ ଫି ପ୍ରାୟ ୩୩ ଲକ୍ଷ ଟଙ୍କା ହୋଇଥାଏ ।
ବାସ୍ତବରେ ୧୦୧୩ ରେ ବିଗବାସ ଲିଗ ସମୟରେ ଅଷ୍ଟ୍ରେଲିଆର ବ୍ରୋଣ୍ଟେ ଏକରମେନ ଏହାର ଆଇଡିଆ ଦେଇଥିଲେ । ୧୦୧୩ରେ ବାଂଲାଦେଶରେ ଅନୁଷ୍ଠିତ ଟି -୨୦ ବିଶ୍ୱକପରେ ଏହି ଷ୍ଟମ୍ପ ଏବଂ ବେଲକୁ ପରୀକ୍ଷଣ ଭାବରେ ବ୍ୟବହାର କରାଯାଇଥିଲା । ଆଉ ମ୍ୟାଚ ସମୟରେ ଏହାକୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା । ଏହି ଷ୍ଟମ୍ପ ଏବଂ ବେଲର ଫାଇଦା ହେଉଛି ବେଲରେ ଏଲଇଡି ଲାଇଟ ସହିତ ଏକ ଇନ-ବିଲ୍ଟ ସେନ୍ସର ରହିଛି । ଏହି ସେନ୍ସର ୧/୧୦୦୦ ସେକେଣ୍ଡର ଶଦ୍ଦକୁ ଚିହ୍ନଟ କରିପାରିଥାଏ ।
