Cricket

ଦକ୍ଷିଣ ଆଫ୍ରିକା ଠାରୁ ହାରିବାପରେ ଭାଙ୍ଗିପଡିଛନ୍ତି ଆଫଗାନିସ୍ତାନ କ୍ରିକେଟର

ଟି-୨୦ ବିଶ୍ଵକପର ପ୍ରଥମ ସେମିଫାଇନାଲରେ ପରାଜୟ ପରେ ଟୁର୍ନାମେଣ୍ଟରୁ ବାହାର ହୋଇଛି ଆଫଗାନିସ୍ତାନ। ଫଳରେ ଦକ୍ଷିଣ ଆଫ୍ରିକା ବିଶ୍ଵକପ ଫାଇନାଲରେ ପ୍ରବେଶ କରିଛି। ତେବେ ଆଫଗାନିସ୍ତାନ ସେମିଫାଇନାଲରେ ଅତି ନିରାଶାଜନକ ପ୍ରଦର୍ଶନ କରିଥିଲା, ଯେଉଁଥିପାଇଁ ଦଳକୁ ବିଦାୟ ନେବାକୁ ପଡ଼ିଛି।
ତେବେ ତ୍ରିନିଦାଦର ତୌରବାରେ ହୋଇଥିବା ମ୍ୟାଚରେ ଆଫଗାନ ଟିମ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ମାତ୍ର ୫୬ ରନ କରି ଅଟକି ଥିଲା ଆଫଗାନ ଟିମ । ଯାହାକି ଟି -୨୦ ବିଶ୍ୱକପର ସେମି ମୁକାବତଲାର ଥିଲା ଇତିହାସ କାରଣ ସେମି ମୁକାବିଲାରେ ଏତେ କମ ରନ କେହି କହିନାହାଁନ୍ତି । ତେବେ ଏହି ଟାର୍ଗେଟକୁ ଅତି ସହଜରେ ବିଜୟ ଅର୍ଥାତ ୮.୫ ଓଭରରେ ୬୦ ରନ କରି ବିଜୟ ହାସଲ କରିଥିଲା ଆଫ୍ରିକା ।
ତେବେ ମ୍ୟାଚ ହାରିବା ପରେ ଆଫଗାନ ଖେଳାଳି ବହୁତ ଭାଙ୍ଗିପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡିଥିଲା ପରାଜୟର ଦୁଃଖ । କ୍ୟାପଟେନ ରସିଦ ଖାନଙ୍କ ଏମିତି ଗୋଟେ ଫଟୋ ଭାଇରାଲ ହେଉଛି ଯାହକୁ ଦେଖିବା ପରେ ଜଣାପଡଉଛି କି , ସେ ତାଙ୍କ ଲୁହକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଆଉ ତାଙ୍କ ପାଖରେ ହେଡ କୋର୍ଚ ଜୋନାଥନ ଟ୍ରୋଟ ବି ଉପସ୍ଥିତ ଥିଲେ । କହିବାକୁ ଗଲେ ପରାଜୟ ପରେ ସେ ପୁରା ପୁରି ଭାଙ୍ଗି ପଡିଥିବା କୁହାଯାଉଛି ।
ଅନ୍ୟପଟେ ଏହି ପରାଜୟ ପାଇଁ ଆଇସିସିର କାର୍ଯ୍ୟ ସୂଚୀକୁ ଦାୟୀ କରିଛନ୍ତି ଆଫଗାନିସ୍ତାନର ଅଧିନାୟକ ରସିଦ ଖାନ। ଆଇସିସିର ବ୍ୟସ୍ତବହୁଳ କାର୍ଯ୍ୟ ସୂଚୀ ସାଙ୍ଗକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କରାଯାଉଥିବା ଯାତ୍ରା ବ୍ୟବସ୍ଥାକୁ ସେ କଡ଼ା ସମାଲୋଚନା କରିଛନ୍ତି। ଉପଯୁକ୍ତି ବିଶ୍ରାମ ଅଭାବରୁ ତାଙ୍କ ଦଳ ଖରାପ ପ୍ରଦର୍ଶନ କଲା ବୋଲି ରସିଦ କହିଛନ୍ତି। ଆଇସିସି ଏ ଦିଗରେ ଉପଯୁକ୍ତ ଯୋଜନା ସହିତ ବିଚାର କରିବା ଦରକାର ବୋଲି ସେ କହିଛନ୍ତି।

Related posts

ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ଡେଲ୍ ଷ୍ଟେନ୍‌ଙ୍କୁ କ’ଣ କହିଥିଲେ?

Odisha Sports Bureau

ବାଙ୍ଗଲାଦେଶ ବିପକ୍ଷରେ ଅଲରାଉଣ୍ଡର ଦୁବେଙ୍କ ଡେବ୍ୟୁ

Odisha Sports Bureau

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ଏହି 15 ଖେଳାଳି ସ୍ଥାନ ପାଇଲେ

Odisha Sports Bureau