Cricket

ଭାରତ ଫାଇନାଲ୍କୁ ଯିବା ପରେ ଭାବପ୍ରବଣ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ । ଦିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଆନ ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ । ପ୍ରେଭିଡେନ୍ସରେ ସ୍ପିଦ ମ୍ୟାଜିକ । ଅକ୍ଷର ଓ କୁଲଦୀପଙ୍କ ୱିାକେଟ ଭୋଜି । ଫାଇନାଲରେ ଧସେଇ ପସିଲା ଭାରତ । ବ୍ୟାଟିଂରେ ଦମ ଦେଖାଇଲେ ରୋହିତ, ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ । ବୋଲିଂରେ ଘାଇଲା କଲେ କୁଳଦୀପ ଓ ଅକ୍ଷର । ତେବେ ଟିମ୍ ଫାଇନାଲ୍କୁ ଯିବା ପରେ ଭାବପ୍ରବଣ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ସେ ପ୍ରଥମେ ମ୍ୟାଚ୍ ଜିତିବା ପରେ ପଡ଼ିଆରେ ଖୁସିରେ ଡେଇଁବାକୁ ଲାଗିଥିଲେ। ପରେ ରୋହିତଙ୍କୁ ଡ୍ରେସିଂ ରୁମ୍ରେ ଭାବପ୍ରବଣ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ସେ ଭାବପ୍ରବଣ ହୋଇଥିବା ବେଳେ ବିରାଟ ଯାଇ ତାଙ୍କ କାନ୍ଧରେ ହାତ ରଖି ତାଙ୍କୁ ସମବେଦନା ଦେଉଥିବା ଦେଖିବାକୁ ମିଳିଛି।ରୋହିତ ଶର୍ମା ଡ୍ରେସିଂ ରୁମ୍ ବାହାରେ ଆଖିରେ ହାତ ଦେଇ ବସିଥିବା ବେଳେ ତାଙ୍କ ଉପରକୁ କ୍ୟାମେରା ଜୁମ୍ କରାଯାଇଛି। ବିରାଟଙ୍କ ପରି ସୂର୍ୟ୍ୟୋକୁମାର ଯାଦବ ବି ତାଙ୍କୁ ସମବେଦନା ଦେଉଥିବା ଦେଖିବାକୁ ମିଳିଛି।
ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବିରାଟ କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଥିଲା। ସେମିଫାଇନାଲ୍ ଭଳି ବଡ଼ ଲଢ଼େଇରେ ବି ସେ ଏକ ଅଙ୍କ ଆଗକୁ ବଢ଼ି ପାରିନାହାନ୍ତି। ଗୁରୁବାର ରାତିରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ବର୍ଷା ପାଇଁ ଖେଳ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ବୋଲିଂ କରିବାକୁ ଚାହୁଥିଲା ବେଳେ ରୋହିତ ବ୍ୟାଟିଂ କରିବା ଆଶାରେ ଥିଲେ। ବଟଲର୍ ଟସ୍ ଜିତି ରୋହିତଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଉଭୟଙ୍କ ଆଶା ପୂରଣ ହୋଇଥିଲା। ଭାରତ ପାଳି ଆରମ୍ଭରୁ ରୋହିତ ଓ ବିରାଟ କୋହଲି ବଲ୍କୁ ପରଖିବାରେ ବିଫଳ ହେଉଥିଲେ। ସଠିକ୍ ଭାବେ ବଲ୍ ସହିତ ବ୍ୟାଟ୍ର ସଂଯୋଗ ହେଉ ନଥିବାରୁ ଭାରତ କେତେ ଟାର୍ଗେଟ୍ ଦେଇପାରିବ ତାହା ଅନୁମାନ କରିବା ମଧ୍ୟ ଅସମ୍ଭବ ମନେହେଉଥିଲା। ରୋହିତ କିନ୍ତୁ ମଝିରେ ମଝିରେ ଚୌକା ମାରି ରନ୍ ହାର କମିବାକୁ ଦେଉ ନଥିଲେ।

Related posts

ଫ୧୯ରେ ହେବ ଖେଳାଳି ନିଲାମ

Odisha Sports Bureau

ଇଂଲଣ୍ଡ ଦଳରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ହରାଇଲା ଟିମ ଇଣ୍ଡିଆ, ସିରିଜ ୧-୦ରେ ଆଗୁଆ

Odisha Sports Bureau