Cricket

ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ ଦଳ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ବିଜେତା ଭାରତୀୟ ଟିମ ଘୂର୍ଣ୍ଣଝଡ ଯୋଗୁଁ ବାର୍ବାଡୋସରେ ଫସିଥିଲା । ଏବେ ବିସିସିଆଇର ଚାର୍ଟର ବିମାନରେ ବାର୍ବାଡୋସରୁ ଉଡାଣ ଭରିଛନ୍ତି ଭାରତୀୟ ଟିମ ।ଘୂର୍ଣ୍ଣିଝଡ ବରେଲିରେ ଫସିଥିବା ଭାରତୀୟ ଟିମ ଖୁବଶୀଘ୍ର ଭାରତ ପହଞ୍ଚିବ । ବିସିଆଇ ସମସ୍ତ ଖେଳାଳିଙ୍କ ପାଇଁ ଚାର୍ଟର ବିମାନ ବ୍ୟବସ୍ଥା କରିଥିଲା । ‘ ଚମ୍ପିଆନ ବିଶ୍ୱକପ ୨୪’ ନାମରେ ସ୍ପେଶାଲ ଚାର୍ଟାର ବିମାନରେ ଭାରତୀୟ ଟିମ ପହଞ୍ଚିବ । ଭାରତୀୟ ଟିମ ସ୍ୱଦେଶ ଫେରିବା ପାଇଁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ବାର୍ବାଡୋସ ପହଞ୍ଚିଥିଲା ।
ବାର୍ବାଡୋସ ଏୟାରପୋର୍ଟରେ ପ୍ରଥମ ଥର ପାଇଁ ଏତେ ବଡ ବିମାନ ଦେଖି ସେଠାରେ କାମ କରୁଥିବା କର୍ମଚାରି ହତବାକ୍ ହୋଇଯାଇଛନ୍ତି । ପ୍ରଥମ ଥର ପାଇଁ ବାର୍ବାଡୋସରେ ଏତେ ବଡ ବିମାନ ଅବତରଣ କରିଛି । ଏହି ବିମାନରେ ଭାରତୀୟ ଟିମ ଦିଲ୍ଲୀ ଫେରିବ ।ଟିମ ଭାରତୀୟ ସମୟ ଅନୁସାରେ ଜୁଲାଇ ୪ତାରିଖ ସକାଳ ୬ଟାରେ ଦିଲ୍ଲୀରେ ପହଞ୍ଚିବ ।
ଭାରତୀୟ ଟିମ ଦିଲ୍ଲୀ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବେ । ଏହାପରେ ଭାରତୀୟ ଟିମ ମୁମ୍ବାଇ ପାଇଁ ଉଡାଣ ଭରିବ । ଭାରତୀୟ ଟିମ ମୁମ୍ବାଇରେ ଖୋଲା ବସରେ ଟ୍ରଫି ସହିତ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।

Related posts

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଉଡାଣ ଭରିଲେ ବୁମରା

Odisha Sports Bureau

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଆସିଲା ବଡ ବୟାନ , ରୋହିତଙ୍କୁ ଶାହିନ ଭୟ

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ ଦଳ ଅଲଆଉଟ, ଭାରତ ଆଗରେ ୨୪୪ ରନ୍ ର ବିଜୟ ଲକ୍ଷ୍ୟ

Odisha Sports Bureau

Leave a Comment