Football

ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ :   କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ଗ୍ରାମପଞ୍ଚାୟତ ବରେବାଟା ଠାରେ ଥିବା ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବାର୍ଷିକ ଲିଗ୍ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I  ଦୀର୍ଘଦିନ ଧରି ଗ୍ରାମାଞ୍ଚଳ ଦକ୍ଷ ଖେଳାଳି ନେଇ ଅନୁଷ୍ଠିତ ହୋଇଥିଲା I ଚକାଡୋଳା କ୍ଲବ ପ୍ରଥମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ତେବେ ଏହି ପ୍ରତିଯୋଗିତାରେ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରତିମା କହଁର ସମ୍ମାନିତ ଅତିଥି ଶ୍ରୀମତୀ ଇନ୍ଦିରା କହଁର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ସାତ ଦିନ  ଧରି ଏହି ପ୍ରତିଯୋଗିତାରେ ବରେବାଟା ଚକାଡୋଳା  ଫୁଟବଲ କ୍ଳବ ର ସଭାପତି  ଶ୍ରୀ ଘାସିରାମ କହଁର, ସମ୍ପାଦକ ପ୍ରଦିପ କହଁର, ସହ ସମ୍ପାଦକ ଗୋବିନ୍ଦ କହଁର , ସଦସ୍ୟ  କିନେଶ୍ଵର କହଁର, ପିତବାସ କହଁର, ଦିଲିପ କହଁର,କୋନେଷ୍ଠଭଲ୍ ବିକାଶ କୁମାର ବିଶୋଇ ସୁଧିର ଖମାରୀ, ପ୍ରଦିପ କହଁର, ସୁଶିଲ କହଁର , ଯୁବ ସାମ୍ବାଦିକ ମୃତ୍ୟୁଞ୍ଜୟ ଦିଗାଲ ଓ ଟୁଇଟର ମ୍ୟାନ୍ ସୁନାଶିର ଦିଗାଲ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ I ସାତଦିନ ଧରି  ଖେଳକୁ ଜିଲ୍ଲାର ଜଣାଶୁଣା ରେଫରୀ ପ୍ରଫୁଲ୍ଲ କହଁର ଙ୍କ ସହ ରାକେଶ ଦିଗାଲ,  ଅଚ୍ୟୁତାନନ୍ଦ କହଁର ଖେଳ ପରିଚାଳନା କରିଥିଲେ I ସାତଦିନ ଧରି ଫିରିଙ୍ଗିଆ ବ୍ଲକ ର ବଛାବଛା ଆଠଟି  ଟିମ ଭଗନେଇଥିବା ବେଳେ ଭାଲୁରୁଗାଁ   ଟିମ୍ ସହ ତଲପଡା ଟିମ୍ ମଧ୍ୟ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା I ଉଭୟ ଦଳର ଖେଳ ସଂଘର୍ଷ ପୁର୍ଣ ଥିବା ବେଳେ ଏକ ଶୂନ ଗୋଲରେ  ଭାଲୁରୁଗାଁ ଟିମ୍ କୁ ହରାଇ ତଲପଡା ଫୁଟବଲ ଟିମ୍ ଚାମ୍ପିୟନ ହୋଇଥିଲା I ଖେଳ ଶେଷରେ ଉଭୟ ବିଜେତା ଓ ଉପବିଯେତ ଦଳକୁ ଆୟୋଜକ କମିଟି ତରଫରୁ ଅତିଥି ମାନେ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ I

Related posts

ଆଇଏସ୍‌ଏଲ୍‌ : ଆଜି ଚେନ୍ନାଇନ୍‌ ଏଫ୍‌ସି ଏଟିକେକୁ ଭେଟିବ

Odisha Sports Bureau

ଭାରତର ପ୍ରଥମ ବିଜୟ ,ଏକ୍ଟିଭ ଫୁଟବଲର ସୁନିଲ ଛେତ୍ରୀ

Odisha Sports Bureau

AIFF ଇଣ୍ଡିଆନ୍ ସୁପର ଲିଗ୍ ପାଇଁ ଏକ ବାଣିଜ୍ୟିକ ଅଂଶୀଦାର ଖୋଜିବାରେ ବିଫଳ ହୋଇଛି

Odisha Sports Bureau