Football

ଫିଫା ବିଶ୍ୱକପ୍: ମାତ୍ର ୫ ଲକ୍ଷ ଜନସଂଖ୍ୟା… ବିଶ୍ୱକପ୍‌ରେ ରଚିଲା ଇତିହାସ!

ଫୁଟବଲ୍ ବିଶ୍ୱକପ୍‌ରେ ରଚାଗଲା ଏକ ଅବିଶ୍ୱସନୀୟ ଇତିହାସ। ମାତ୍ର ୫ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଛୋଟ ଆଫ୍ରିକୀୟ ଦେଶ କେପ୍ ଭର୍ଦେ ୨୦୨୬ ଫିଫା ବିଶ୍ୱକପ୍‌ରେ ଏମିତି କାରନାମା କରିଛି, ଯାହା ସାରା ବିଶ୍ୱର ଫୁଟବଲ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସାଉଦି ଆରବ ବିପକ୍ଷରେ ୦-୦ ଡ୍ର କରି କେପ୍ ଭର୍ଦେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ର ନକ୍‌ଆଉଟ୍ ପର୍ଯ୍ୟାୟକୁ ପ୍ରବେଶ କରିଛି। ଏହା ସହ ବିଶ୍ୱକପ୍ ଇତିହାସରେ ନକ୍‌ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଥିବା ସବୁଠାରୁ ଛୋଟ ଦେଶ ଭାବେ ମଧ୍ୟ ରେକର୍ଡ ସୃଷ୍ଟି କରିଛି।

ସବୁଠାରୁ ବଡ଼ କଥା ହେଉଛି, କେପ୍ ଭର୍ଦେକୁ ଟୁର୍ଣ୍ଣାମେଣ୍ଟର ସବୁଠାରୁ କଠିନ ଗ୍ରୁପ୍‌ରେ ରଖାଯାଇଥିଲା। ଯେଉଁଠି ୨୦୧୦ ବିଶ୍ୱ ଚାମ୍ପିଅନ୍ ସ୍ପେନ୍, ଦୁଇ ଥରର ବିଶ୍ୱ ଚାମ୍ପିଅନ୍ ଉରୁଗୁଏ ଏବଂ ଶକ୍ତିଶାଳୀ ସାଉଦି ଆରବ ଭଳି ଦଳ ଥିଲେ। ତଥାପି କେପ୍ ଭର୍ଦେ ଗୋଟିଏ ବି ମ୍ୟାଚ୍ ହାରିନଥିଲା। ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌କୁ ୦-୦ ଡ୍ରରେ ଅଟକାଇଥିଲା। ପରେ ଉରୁଗୁଏ ବିପକ୍ଷରେ ୨-୨ ଡ୍ର କରି ଚର୍ଚ୍ଚାକୁ ଆସିଥିଲା। ଶେଷରେ ସାଉଦି ଆରବ ବିପକ୍ଷରେ ଆଉ ଏକ ଗୋଲ୍‌ଶୂନ୍ୟ ଡ୍ର ସହ ଇତିହାସ ରଚିଥିଲା।

Image

ଏହି ସଫଳତାର ସବୁଠାରୁ ବଡ଼ ନାୟକ ହେଉଛନ୍ତି ୪୦ ବର୍ଷୀୟ ଗୋଲକିପର ଭୋଜିନ୍ହା। ସାଉଦି ଆରବ ବିପକ୍ଷ ମ୍ୟାଚ୍‌ରେ ସେ ତିନୋଟି ଅବିଶ୍ୱସନୀୟ ସେଭ୍ କରି ଦଳକୁ ପରାଜୟରୁ ବଞ୍ଚାଇଥିଲେ। ତାଙ୍କ ଦମଦାର ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ ତାଙ୍କ ଲୋକପ୍ରିୟତା ମଧ୍ୟ ଆକାଶଛୁଆଁ ହୋଇଛି।

Image

ଏବେ ରାଉଣ୍ଡ ଅଫ୍ ୩୨ରେ କେପ୍ ଭର୍ଦେର ମୁକାବିଲା ହେବ ଡିଫେଣ୍ଡିଂ ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନା ସହ। ଛୋଟ ଦେଶର ଏହି ବଡ଼ ସ୍ୱପ୍ନ ଆଗକୁ ମଧ୍ୟ ଜାରି ରହିବ କି? କେପ୍ ଭର୍ଦେ କି ପୁଣି ଥରେ ଫୁଟବଲ୍ ଦୁନିଆକୁ ଚମକାଇ ଆଉ ଏକ ବଡ଼ ଅଘଟଣ ଘଟାଇପାରିବ? ଏବେ ସମସ୍ତଙ୍କ ନଜର ସେହି ଐତିହାସିକ ମ୍ୟାଚ୍ ଉପରେ।

 

Related posts

ଇକ୍ୟୁଏଡର୍ ଉପରେ ଆର୍ଜେଣ୍ଟିନାର ବିଜୟ

Odisha Sports Bureau

ଏନ୍.ଇ.ପିରେ ଫୁଟବଲ୍ ଖେଳକୁ ଗୁରୁତ୍ୱ !

Odisha Sports Bureau

ଓଡିଶାର ଦୁଇ ମହିଳା ଖେଳାଳୀ ଭାରତୀୟ ଫୁଟବଲ ଦଳରେ ସାମିଲ

Odisha Sports Bureau