Uncategorized

ଲୁସାନେ ଡାଇମଣ୍ଡ ଲିଗରେ ପୁଣି ଥରେ କମାଲ କରିଛନ୍ତ ନୀରଜ ଚୋପ୍ରା

ଭାରତ ପାଇଁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଥିବା ଷ୍ଟାର ଜାଭେଲିନ ଥ୍ରୋ ଆଥେଲେଟ ନୀରଜ ଚୋପ୍ରା ଲୁସାନେ ଡାଇମଣ୍ଡ ଲିଗରେ ପୁଣି ଥରେ କମାଲ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପରେ ସିଜିନର ବେଷ୍ଟ ଥ୍ରୋ କରିଛନ୍ତି ଭାରତର ଜାଭଲିନ ଷ୍ଟାର ନୀରଜ ଚୋପ୍ରା । ଲୁସାନେ ଡାଇମଣ୍ଡ ଲିଗ ଜାଭଲିନ ଥ୍ରୋ ପ୍ରତିଯୋଗୀତାରେ ୮୯.୪୯ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ନୀରଜ । ଏହି ଥ୍ରୋ ସହ ନୀରଜ ଡାଇମଣ୍ଡ ଲିଗର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ତେବେ ଆସନ୍ତା ମାସରେ ବେଲଜିୟମର ବ୍ରୁସେଲ୍ସରେ ଡାଇମଣ୍ଡ ଲିଗ ଖେଳାଯିବ । ତେବେ ଲୁସାନେ ଡାଇମଣ୍ଡ ଲିଗରେ ନୀରଜଙ୍କ ଥ୍ରୋ ୮୯.୪୯ ମିଟର ଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର ୯୦.୦୮ ମିଟର ଫୋପାଡି ତୃତୀୟ ସ୍ଥାନରେ ରହିଛନ୍ତି ।
ପ୍ରଥମ ଚାରିଟି ପ୍ରୟାସରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ନୀରଜ ଚତୁର୍ଥ ସ୍ଥାନରେ ରହିଥିଲେ । ଏହାପରେ ପଞ୍ଚମ ପ୍ରୟାୟରେ ସେ ନିଜର ଶକ୍ତି ପ୍ରଦର୍ଶନ କରି ଶ୍ରେଷ୍ଠ ତୃତୀୟ ସ୍ଥାନରେ ରହିଥିଲେ । ପ୍ୟାରିସ ଅଲିମ୍ପିକ୍ସରେ ନୀରଜଙ୍କ ଥ୍ରୋ ଥିଲା ୮୯.୪୫ ମିଟର ।
ଡାଇମଣ୍ଡ ଲିଗ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ନୀରଜ ଏବେ ବି ପଏଣ୍ଟ ଟେବୁଲରେ ରେସରେ ଅଛନ୍ତି । ଲୁସାନେ ପରେ ଜୁରିକରେ ଡାଇମଣ୍ଡ ଲିଗର ଆଇ ଏକ ଲିଗ ବାକି ରହିଛି । ଯାହାପରେ ଧାଇନାଲ ପାଇଁ ପଏଣ୍ଟ ଟେବୁଲରୁ ସବୁକିଛି ସ୍ପଷ୍ଟ ହୋଇଯିବ ।

Related posts

ଏସିଆନ୍ ରିଲେ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ

ମହିଳା ୧୦୦ ମିଟର ଦୌଡର ଭାରତର ପ୍ରୀତି ପାଲ ଆଣିଲେ ବ୍ରୋଞ୍ଜ ପଦକ

Odisha Sports Bureau

ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡାରେ ପ୍ରତ୍ୟାଶାଙ୍କ ଚତୁର୍ଥ ପଦକ