Cricket

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ଆଜିଠୁ ଅନଲାଇନ ଟିକେଟ୍ ବିକ୍ରି

କଟକ : ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଆଜିଠୁ ମିଳିବ ଟିକେଟ୍ । ଅପରାହ୍ଣରୁ ଅନ୍ଲାଇନ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ ଦର୍ଶକ । ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ୍ ୪ହଜାର ଟିକଟ୍ ଅନଲାଇନ୍ରେ ବିକ୍ରି କରିବାକୁ ଓସିଏ ସ୍ଥିର ରହିଛି ।ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଅନଲାଇନ ଟିକେଟ ବିକ୍ରିରେ ଦର୍ଶକଙ୍କ ପସନ୍ଦ ଯୋଗ୍ୟ ୧ଓ ୩ ଗ୍ୟାଲେରୀ ସହିତ କର୍ପୋରେଟ ବକ୍ସ ଟିକେଟ ଉପଲବ୍ଧ ହେବ ନାହିଁ । କିନ୍ତୁ ଏଥର ଏହି ଦୁଇ ଗ୍ୟାଲେରୀ ଟିକେଟ ନଥିବାରୁ କ୍ରିକେଟ ପ୍ରେମୀ ଅସନ୍ତୋଷ ପ୍ରକଟ କରିଛନ୍ତି । ସେହିପରି ୨ ନମ୍ବର ଗ୍ୟାଲେରି ପାଇଁ ୧୦୭୦ଟି, ୪ ନମ୍ବର ଗ୍ୟାଲେରୀ ପାଇଁ ୧୦୮୦ଟି, ୭ ନମ୍ବର ଗ୍ୟାଲେରି ପାଇଁ ୧୫୦୦ଟି, ସ୍ପେଶିଆଲ ଏନକ୍ଲୋଜର ପାଇଁ ୨୦୦ଟି, ଏସି ବକ୍ସ ପାଇଁ ୫୦ଟି ଏବଂ ନ୍ୟୁ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଛି ।

Related posts

ବିସ୍ଫୋରକ ଶତକ ପରେ ରାଗିବା କାରଣ କହିଲେ ଶ୍ରେୟସ ଆୟର

Odisha Sports Bureau

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର

ସ୍ମୃତି ମନ୍ଧାନାଙ୍କୁ ୩କୋଟି ୪୦ ଲକ୍ଷରେ କିଣିଲା ଆରସିବି

Odisha Sports Bureau