Cricket

ଆଜି ମୁକାବିଲାରେ  ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚେନ୍ନାଇ: ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ  ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିଛନ୍ତି ।

ଫଳରେ ଆଜି ଦୁଇ ଦଳ ମଧ୍ୟରେ ଏକ  ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ ।   ସିଏସକେ ଓ ଆରିସିବି ଦ୍ବିତୀୟ ବିଜୟ ପାଇଁ ମଇଦାନକୁ ଓହ୍ଲାଇବେ । ଚେନ୍ନାଇ ଦଳରେ ଅଛନ୍ତି ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

ସେହିଭଳି ଆରସିବି ଦଳରେ ଅଛନ୍ତି ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି । ଉଭୟ ଦଳର ନେତୃତ୍ବ ନେଉଥିବା ଏହି ୨ ତାରକା ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ତାରକା ଖଚିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଦଳର ଅଧିନାୟକ ଅଛନ୍ତି ରଜଟ ପଟ୍ଟିଦାର ।

ସେହିଭଳି ସିଏସକେ ଦଳର କମାଣ ସମ୍ଭାଳିଛନ୍ତି ରୁତୁରାଜ ଗାଏକୱାର୍ଡ । ଆଇପିଏଲ ଇତିହାସରେ ଆରସିବି ଓ ସିଏସକେ ଭିତରେ ମୋଟ୍ ୩୩ ଥର ମୁହାଁମୁହିଁ ହୋଇଛି । ଯାହା ଭିତରୁ ଚେନ୍ନାଇ ସୁପରକିଙ୍ଗସ ୨୧ଟିରେ ଜିତିଥିବାବେଳେ ୧୧ଟି ବିଜୟ ନିଜ ନାଁରେ କରିଛି ଆରସିବି । ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି ।

ଆରିସିବି ବିପକ୍ଷରେ ଚେନ୍ନାଇ ଅଧିକ ମ୍ୟାଚ୍ ଜିତିଥିବାରୁ ସିଏସକେର ପଲ୍ଲା ଭାରି ରହିଛି । ଗତ ସଂସ୍କରଣ ଉଭୟ ଦଳ ଭିତରେ ୨ ଥର ମୁକାବିଲା ହୋଇଛି । ଯେଉଁଠି ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ନିଜ ନାଁରେ କରିଥିଲେ । ଆଇପିଏଲ ୨୦୨୫ରେ ଉଭୟ ଦଳ ଶାନଦାର ଆରମ୍ଭ କରିଥିବାରୁ ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ଆଇପିଏଲ ପ୍ରେମୀ ।.

 

Related posts

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

Odisha Sports Bureau

ଡବ୍ଳୁସିଏଲରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ରଦ୍ଦ

ଗୁଜୁରାଟ ପାଇଁ ଶାମିଙ୍କ ସ୍ଥାନରେ ଖେଳିବେ ସନ୍ଦୀପ ୱାରିୟର

Odisha Sports Bureau