Cricket

ଆଜି ମୁକାବିଲାରେ  ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚେନ୍ନାଇ: ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ  ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିଛନ୍ତି ।

ଫଳରେ ଆଜି ଦୁଇ ଦଳ ମଧ୍ୟରେ ଏକ  ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ ।   ସିଏସକେ ଓ ଆରିସିବି ଦ୍ବିତୀୟ ବିଜୟ ପାଇଁ ମଇଦାନକୁ ଓହ୍ଲାଇବେ । ଚେନ୍ନାଇ ଦଳରେ ଅଛନ୍ତି ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

ସେହିଭଳି ଆରସିବି ଦଳରେ ଅଛନ୍ତି ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି । ଉଭୟ ଦଳର ନେତୃତ୍ବ ନେଉଥିବା ଏହି ୨ ତାରକା ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ତାରକା ଖଚିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଦଳର ଅଧିନାୟକ ଅଛନ୍ତି ରଜଟ ପଟ୍ଟିଦାର ।

ସେହିଭଳି ସିଏସକେ ଦଳର କମାଣ ସମ୍ଭାଳିଛନ୍ତି ରୁତୁରାଜ ଗାଏକୱାର୍ଡ । ଆଇପିଏଲ ଇତିହାସରେ ଆରସିବି ଓ ସିଏସକେ ଭିତରେ ମୋଟ୍ ୩୩ ଥର ମୁହାଁମୁହିଁ ହୋଇଛି । ଯାହା ଭିତରୁ ଚେନ୍ନାଇ ସୁପରକିଙ୍ଗସ ୨୧ଟିରେ ଜିତିଥିବାବେଳେ ୧୧ଟି ବିଜୟ ନିଜ ନାଁରେ କରିଛି ଆରସିବି । ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି ।

ଆରିସିବି ବିପକ୍ଷରେ ଚେନ୍ନାଇ ଅଧିକ ମ୍ୟାଚ୍ ଜିତିଥିବାରୁ ସିଏସକେର ପଲ୍ଲା ଭାରି ରହିଛି । ଗତ ସଂସ୍କରଣ ଉଭୟ ଦଳ ଭିତରେ ୨ ଥର ମୁକାବିଲା ହୋଇଛି । ଯେଉଁଠି ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ନିଜ ନାଁରେ କରିଥିଲେ । ଆଇପିଏଲ ୨୦୨୫ରେ ଉଭୟ ଦଳ ଶାନଦାର ଆରମ୍ଭ କରିଥିବାରୁ ଆଜିର ମ୍ୟାଚକୁ ନେଇ ବେଶ ଉତ୍ସାହିତ ଆଇପିଏଲ ପ୍ରେମୀ ।.

 

Related posts

ଭାରତ ଓ ଦକ୍ଷିଣ ଆଫ୍ରିକା ଟି- ଟ୍ୱେଣ୍ଟି ମ୍ୟାଚ: ଖେଳ ଦେଖିବାକୁ ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

ଅଣ୍ଡର-୧୯ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

Odisha Sports Bureau

ବୟସ ଜାଲିଆତି ମାମଲାରେ ୨ଓଡ଼ିଆ ଖେଳାଳୀଙ୍କୁ ବ୍ୟାନ

Odisha Sports Bureau