Uncategorized

ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;-ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ । ତେବେ ଜାତୀୟ ସ୍ତରରେ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦକ୍ଷିଣ ଆମେରିକାର ଲିମା ଠାରେ ଅନୁଷ୍ଠିତ ହୋଇଥିଲା ଆଇଡବ୍ଳୁଏଲଏଫ ୱାର୍ଲଡ ୟୁଥ ଭାରୋତ୍ତୋଳନ ଚାମ୍ପଆନସିପ୍ । ଯେଉଁଥିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ହର୍ଷବର୍ଦ୍ଧନ । ଖାଲିସେତିକି ନୁହେଁ ବିହାରରେ ହୋଇଥିବା ଖେଲୋ ଇଣ୍ଡିଆରେ ବି ନିଜର ଜଲୱା ଦେଖାଇ ପଦକ ହାସଲ କରିଥିଲେ ହର୍ଷବର୍ଦ୍ଧନ । ସେପଟେ ହର୍ଷବର୍ଦ୍ଧନ ଜନ୍ମ ମାଟିକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ଏହି ସମ୍ବର୍ଦ୍ଧନା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ଖେଳ ପାଇଁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବା ଲାଗି ଜିଲ୍ଲାପାଳ ଶ୍ରୀ ପରିଡା ହର୍ଷବର୍ଦ୍ଧନଙ୍କୁ ପ୍ରତିଶୃତି ଦେଇଛନ୍ତି ।

 

Related posts

ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ପ୍ରମାଣିତ ହେବେ କୁଲଦୀପ ଯାଦବ

Odisha Sports Bureau

ନବୀନ ନିବସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଉରକେଲା ଓ କଟକର ଶତାଧିକ ହକିପ୍ରେମୀ

Odisha Sports Bureau

୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ମନୁ ଭାକର

Odisha Sports Bureau