Football

ସ୍ପେନରେ ଏକ କାର ଦୁର୍ଘଟଣାରେ ପର୍ତ୍ତୁଗାଲର ଦୁଇ ଫୁଟବଲ ତାରକାଙ୍କ ମୃତ୍ୟୁ ଘଟିଛି

ସ୍ପେନ-: ସ୍ପେନରେ ଏକ କାର ଦୁର୍ଘଟଣାରେ ପର୍ତ୍ତୁଗାଲର ଦୁଇ ଫୁଟବଲ ତାରକାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଡିଓଗୋ ଜୋଟା(୨୮) ଏବଂ ତାଙ୍କ ଭାଇ ଆନ୍‌ଦ୍ରେ ଫେଲିପେ(୨୬)। ଉଭୟ ଫୁଟବଲ ତାରିକା ପର୍ତ୍ତୁଗାଲର ପେନାଫିଲ କ୍ଲବ ତରଫରୁ ପ୍ରତିନିଧିତ୍ଵ କରୁଥିଲେ। ଏହା ସହିତ ଜୋଟା ପର୍ତ୍ତୁଗାଲର ଜାତୀୟ ଦଳ ପାଇଁ ମଧ୍ୟ ଖେଳୁଥିଲେ। ଉତ୍ତର-ପଶ୍ଚିମ ସ୍ପେନର ଜାମୋରାର ସେର୍ନାଡିଲାରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ତଦନ୍ତରୁ “ଓଭରଟେକ୍ କରିବା ସମୟରେ ଟାୟାର ଫାଟିଯିବା ଯୋଗୁଁ  ଦୁର୍ଘଟଣା ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।”

“ଜାତୀୟ ଦଳ ପାଇଁ ପ୍ରାୟ ୫୦ ଟି ମ୍ୟାଚ୍ ଖେଳିଥିବା ଜଣେ ଚମତ୍କାର ଖେଳାଳିଙ୍କ ଅପେକ୍ଷା ଡିଓଗୋ ଜୋଟୋ ଜଣେ ଅସାଧାରଣ ବ୍ୟକ୍ତି ଥିଲେ, ସହକର୍ମୀ ଏବଂ ପ୍ରତିପକ୍ଷଙ୍କ ଦ୍ୱାରା ସମ୍ମାନିତ ଓ ତାଙ୍କ ନିଜ ସମ୍ପ୍ରଦାୟରେ ଏକ ସକାରାତ୍ମକ  ଆନନ୍ଦ ଏବଂ ଏକ ଖୁସି ମିଜାଜ ଥିବା ବ୍ୟକ୍ତିତ୍ୱ ଥିଲେ ।”

Related posts

କରୋନାରେ ସ୍ପେନର ଯୁବ ଫୁଟବଲ କୋଚଙ୍କ ମୃତ୍ୟୁ

Odisha Sports Bureau

ଏସୀୟ କ୍ରିଡାରେ ବାଂଲାଦେଶକୁ ୧-୦ରେ ପରାସ୍ତ କଲା ଭାରତ

Odisha Sports Bureau

ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ ଆଣିଛି ଫିଫା ବିଶ୍ୱକପ୍