Cricket

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ରନ୍‌ କରିଛନ୍ତି

ଲର୍ଡସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ୩୮୭ ରନ୍‌ କରିଛନ୍ତି। ଫଳରେ ମ୍ୟାଚ୍‌ରେ ଆଉ ୨ ଦିନ ବାକିଥିବା ବେଳେ ଦ୍ୱିତୀୟ ଇନିଂସରେ ଖେଳ ନିର୍ଣ୍ଣାୟକ ହେବାକୁ ଯାଉଛି। କେଏଲ୍ ରାହୁଲ, ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଡ଼େଜାଙ୍କ ଦାଇତ୍ୱପୂର୍ଣ୍ଣ ବ୍ୟାଟିଂ କାରଣରୁ ଭାରତ ଲର୍ଡସ ଟେଷ୍ଟର ପ୍ରଥମ ପାଳିରେ ବରାବର ସ୍ଥିତି ଦେଇଛନ୍ତି। ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଛି। ଭାରତୀୟ ଦଳ ଦ୍ବିତୀୟ ଦିନରେ ସତର୍କତାର ସହ ଖେଳି ୪୩ ଓଭରରୁ ୩ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ହେଲେ ଶନିବାର ତୃତୀୟ ଦିନରେ ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍ କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତ ସଟ୍‌ ଖେଳିବାର ପ୍ରୟାସ କରିଥିଲେ। ତୃତୀୟ ଦିନ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ପନ୍ତ ରନ ଆଉଟ ହୋଇଥିଲେ । ଏହା ପରେ କେଏଲ ରାହୁଲ ଶତକ ହାସଲ କରିଥିଲେ କିନ୍ତୁ ସେ ୧୦୦ ରନ କରିବା ପରେ ଆଉଟ ହୋଇଥିଲେ । ଏହା ପରେ ଜାଡେଜା ୭୨ ରନର ଇନିଂସ ଖେଳିଥିଲେ ଏବଂ ଭାରତୀୟ ଦଳ ୩୮୭ ରନରେ ସୀମିତ ହୋଇଯାଇଥିଲା ।

Related posts

ଧୋନି ଦେଲେ ଗାଭାସ୍କରଙ୍କ ଟି-ସାର୍ଟରେ ଅଟେଗ୍ରାଫ

ଏସିଆ ଟି-୨୦ ମ୍ୟାଚ୍ ୨୦୨୨

Odisha Sports Bureau

ପ୍ରଥମ ଟି ୨୦ରେ ବାଙ୍ଗଲାଦେଶକୁ ହରାଇଲା ଭାରତୀୟ ଟିମ