Athletics Cricket

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

ଭାରତ ଓ ବାଂଲାଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଉଉ ର ବଡ ନିଷ୍ପତ୍ତି । ସିଧା ସିଧା ଶୁଣାଇଦେଲେ ଜୟ ଶାହ କହିଲେ ଭାରତରେ ବିଶ୍ୱକପ୍ ଖେଳ, ନଚେତ୍ ବାହାର ରାସ୍ତା ଦେଖ। ଏନେଇ ଆସନ୍ତା ୨୧ ତାରିଖ ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ବିସିବି ନିର୍ଦ୍ଦେଶ ହୋଇଛି । ଏହାସହ ଡେଡ୍ ଲାଇନ୍ ସରିବା ପରେ କୌଣସି ଅନୁରୋଧକୁ ଗ୍ରହଣ କରାଯିବନି ବୋଲି ମଧ୍ୟ କୁହାଯାଇଛି । । ସୂଚନା ଅନୁଯାୟୀ ପୂର୍ବରୁ ICC T20 ବିଶ୍ୱକପରେ ଅଂଶଗ୍ରହଣ ନକରିବାକୁ ଧମକ ଦେଇଥିଲା BCB । ଏହାପରେ ବି ଯଦି ବାଂଲାଦେଶ ICC ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ଅଲଟିମେଟମ ପାଳନ ନ କରେ, ତେବେ ICC ବର୍ତ୍ତମାନର ରାଙ୍କିଂ ଆଧାରରେ ଜଣେ ଅଲ୍ଟରନେଟଙ୍କ ନାମ ଦିଆଯାଇଛି ।
ସେପଟେ ଅପରପକ୍ଷେ ESPNcricinfo ରେ ଏକ ରିପୋର୍ଟ ଅନୁଯାୟୀ, ICC BCBକୁ ICC ଟି୨୦ ବିଶ୍ୱକପ୍ ୨୦୨୬ ରେ ଏହାର ଅଂଶଗ୍ରହଣ ସମ୍ପର୍କରେ ଏକ ଅଲ୍ଟିମେଟମ ଜାରି କରିଛି। ଜୟ ଶାହଙ୍କ ନେତୃତ୍ୱାଧୀନ ଅନ୍ତର୍ଜାତୀୟ କମିଟି ବୋର୍ଡକୁ ଜଣାଇଛି ଯେ ଜାନୁଆରୀ ୨୧ ତାରିଖ ହେଉଛି ଆଗାମୀ ଟି୨୦ ବିଶ୍ୱକପରେ ବାଂଲାଦେଶର ସାମିଲ ହେବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଶେଷ ତାରିଖ। ରିପୋର୍ଟ ନିଶ୍ଚିତ କରିଛି ଯେ ଢାକାରେ ICC ପ୍ରତିନିଧି ବୈଠକରେ BCB ICC ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଆଗ୍ରହ ଦେଖାଇଥିଲା, କିନ୍ତୁ ଭାରତରେ ନୁହେଁ। ICC ଦ୍ୱାରା ଉଲ୍ଲେଖ କରାଯାଇଥିବା ଏକ ସ୍ପଷ୍ଟ ଲଜିଷ୍ଟିକ୍ ସମସ୍ୟା ସତ୍ତ୍ୱେ, BCB ଶ୍ରୀଲଙ୍କାରେ ଏକ ବିକଳ୍ପ ପାଇଁ ଚାପ ପକାଇବା ଜାରି ରଖିଛି। ଆଉ ଏହାରି ମଧ୍ୟରେ ଆଇସିସି ପକ୍ଷରୁ ଏ ଚରମ ବାଣୀ ଶୁଣାଇ ଦିଆ ଯାଇଛି ।

 

Related posts

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ

Odisha Sports Bureau

ଆଇସିସିର ନୂଆ ମାନ୍ୟତା ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର

ଆଜି ମୁହାଁ ମୁହିଁ ହେବେ ପଞ୍ଜାବ କିଙ୍ଗିସ ଏବଂ ରାୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau