Cricket

ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ମେରଠ : ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳବାର ଘରକୁ ଫେରୁଥିବା ବେଳେ ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ପ୍ରବୀଣଙ୍କ କାରକୁ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କା ଦେଇଥିଲା । ସେତେବେଳେ ପ୍ରବୀଣଙ୍କ ସହ କାରରେ ତାଙ୍କ ପୁଅ ମଧ୍ୟ ଥିଲେ । କିନ୍ତୁ ସୌଭାଗ୍ୟବଶତଃ ଉଭୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଅଟକ ରଖିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି । ପ୍ରବୀଣ କୁମାର ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ମେରଠରୁ ପାଣ୍ଡବନଗର ଆଡକୁ ଆସୁଥିଲେ । କମିଶନର ବାସଭବନ ପାଖରେ ତାଙ୍କ ଗାଡି ସହ କ୍ୟାଣ୍ଟର ଗାଡି ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଚୁରମାର ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରବୀଣ ଓ ତାଙ୍କ ପୁଅ । ପୋଲିସର କହିବା ଅନୁଯାୟୀ ଉଭୟ ପ୍ରବୀଣ ତାଙ୍କ ପୁଅ ଏବେ ସୁରକ୍ଷିତ ଅଛନ୍ତି । କିଛି ବର୍ଷ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରମୁଖ ଦ୍ରୁତ ବୋଲର ତାଲିକାରେ ରହିଥିଲେ ପ୍ରବୀଣ କୁମାର । ଖାସକରି ଦିନିକିଆରେ ପ୍ରବୀଣଙ୍କର ଦମଦାର ପ୍ରଦର୍ଶନ ରହି ଆସିଛି । ପ୍ରବୀଣ କୁମାର ଭାରତ ପାଇଁ ୬୮ଟି ଦିନିକିଆ, ୧୦ଟି ଟି-୨୦ ଓ ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେହିଭଳି ୧୧୯ଟି ଆଇପିଏଲ ମ୍ୟାଚ୍ ଖେଳି ୯୦ଟି ୱିକେଟ ନିଜ ନାଁରେ କରିଛନ୍ତି ପ୍ରବୀଣ । ୨୦୦୮ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ହରାଇ ସିବି ସିରିଜ ଜିତିଥିଲା । ଆଉ ଏହି ବିଜୟରେ ପ୍ରବୀଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

Related posts

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau

ଘରୋଇ ମାଟିରେ ଟେଷ୍ଟ ଜିତିବା ଟିମ୍ ଇଣ୍ଡିଆ ପାଇଁ ସହଜ ହେବ ନାହିଁ, ଅଧିନାୟକ ଶୁଭମନ ଗିଲ୍ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି

Odisha Sports Bureau

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau