Cricket

ଆଡ଼ିଲେଡ଼୍ ଟେଷ୍ଟ, ବର୍ଷା ବାଧକ ତୃତୀୟ ଦିନରେ ୨୩୫ରନରେ ସୀମିତ ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ଆଡ଼ିଲେଡ଼୍ ଟେଷ୍ଟର ତୃତୀୟ ଦିନ ବର୍ଷା ସାଜିଛି ବାଧକା ଖେଳରେ ଭାରତୀୟ ବୋଲର ଜସ୍ପ୍ରୀତ ବୁମରା ଓ ମହମ୍ମଦ ସାମି ଆଷ୍ଟ୍ରେଲିଆ ଦଳକୁ ୨୩୫ରନରେ ସୀମିତ ରଖିଛନ୍ତି। ବୁମରା ଆଜି ଗୋଟିଏ ଓ୍ଵିକେଟ ପାଇଥିବା ବେଳେ ମହମ୍ମଦ ସାମି ୨ଟି ଓ୍ଵିକେଟ ଅକ୍ତିଆର କରିଥିଲେ। ଗତକାଲି ସ୍କୋର ୧୯୧/୭ ରୁ ଆଜି ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୨ଶହ ରନ୍ ପୂର୍ଣ୍ଣ କରିବା ପରେ ବୁମ୍ରା ତୃତୀୟ ଦିନର ପ୍ରଥମ ଖେଳାଳି ତଥା ଆଷ୍ଟ୍ରେଲିଆର ୮ମ ଓ୍ଵିକେଟ ଭାବେ ଷ୍ଟାର୍କଙ୍କୁ ଆଉଟ୍ କରିଥିଲେ। ଷ୍ଟାର୍କଙ୍କ ଆଉଟ୍ ପରେ ଲିୟନ ବ୍ୟାଟିଂ କରିବାକୁ ଆସି ଦୃତ ରନ୍ ସଂଗ୍ରହ କରି ଆଷ୍ଟ୍ରଲିଆର ସ୍କୋର ୨୩୫ ରନ୍ରେ ପହଞ୍ଚାଇଥିଲେ। ଏହି ସମୟରେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ ହେଡ୍ ୭୨ରନ୍ କରିଥିବା ବେଳେ ସାମୀଙ୍କ ଶିକାର ହୋଇଥିଲେ। ସାମୀଙ୍କ ହେଡ୍ଙ୍କୁ ଋଷଭ ପନ୍ଥଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରି ପ୍ରଥମ ଟେଷ୍ଟରେ ପ୍ରଥମ ଓ୍ଵିକେଟ ହାସଲ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋସ ହାଜଲଉଡ୍ଙ୍କୁ ସାମୀ ପରବର୍ତ୍ତୀ ବଲରେ ଶୁନରେ ଆଉଟ୍ କରି ଅଷ୍ଟ୍ରେଲିଆକୁ ୨୩୫ରନ୍ରେ ସୀମିତ କରିବା ସହିତ ଭାରତକୁ ପ୍ରଥମ ଇନିଙ୍ଗ୍ସରେ ମାତ୍ର ୧୫ ରନ୍ର ଅଗ୍ରଣୀ ଦେଇଛନ୍ତି। ତେବେ ବର୍ଷା ଯୋଗୁଁ ଖେଳ ଦୁଇ ଦୁଇଥର ବାଧାପ୍ରାପ୍ତ ହୋଇଥିଲା।

Related posts

ପେସ ବୋଲର ଭାବେ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କଲେ ବୁମରାହ

Odisha Sports Bureau

ଟିମକୁ ଫେରିଲେ ଶର୍ଦ୍ଦୁଲ ଠାକୁର

Odisha Sports Bureau

ଭାରତର ଇନିଂସ ବିଜୟ

Odisha Sports Bureau