Cricket

ଭାରତ ଆଗରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ  ଖେଳାଯାଇଥିଲା ମ୍ୟାଚ ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନ ଟିମ ୫୦ ଓଭର ଖେଳି ୮ ୱିକେଟ ବିନିମୟରେ ୨୭୨ ସଂଗ୍ରହ କରି ଭାରତ ସାମ୍ନାରେ ୨୭୩ ରନର ଲକ୍ଷ ରଖିଛି ।  ତେବେ ଆଫଗାନିସ୍ତାନ ଟିମ ପକ୍ଷରୁ ଅଧିନାୟକ ହସମତୁଲା ସାହିଦ ୮୦ ରନ କରିଥିବାବେଳେ ଗୁରୁବାଜ ୨୧ ସଂଗ୍ରହ କରିଥିଲେ ସେହିପରି ଇବ୍ରାହିମ ଜାରଦାନ ୨୨ ରନ, ରହମତ ଶାହା ୧୬ ରନ୍, ମଜମତୁଲା ଓମରଜାଇ ୬୨, ମହମ୍ମଦ ନବି ୧୯ ରନ୍ କରି ଆଉଟ୍ ହୋଇଯାଇଥିଲେ । ତେବେ ସେପଟେ ଭାରତ ପକ୍ଷରୁ ଜସପ୍ରୀତ ବୁମରା ୪, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ, ଶାର୍ଦ୍ଦୁଳ ଠାକୁର ୧, କୁଲଦୀପ ଯାଦବ ୧ ଟି ଓ୍ଵିକେଟ ନେଇଛନ୍ତି । ତେବେ ୨୭୩ ରନକୁ ପିଛା କରି  ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ ।

Related posts

ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମକୁ ଫେରିଲେ ବୁମରା

Odisha Sports Bureau

ଭାରତର ମହାନ ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି

ତିନିଜଣଙ୍କ ପାଇଁ ରହିଛି ବିଶ୍ୱକପ ଖେଳିବାର ସୁଯୋଗ