Hockey

ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି

ପୁରୀ : ବଡଦାଣ୍ଡରେ ପହଞ୍ଚିଲା ବିଶ୍ୱକପ ଟ୍ରଫି । ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି । କୋଣାର୍କରେ ବିଶ୍ଵକପ ହକି ଟ୍ରଫିକୁ ବିପୁଳ ସମର୍ତନ ମିଳିଛି । ପୁରୀରୁ କୋଣାର୍କ ଅଭିମୁଖେ ଟ୍ରଫି ବାହାରିବା ପରେ ପ୍ରଥମେ ଇକୋରିଟ୍ରିଟରେ ପର୍ୟ୍ୟଟକ ଓ ଇକୋ ରିଟ୍ରିଟ ଅଫିସିଆଲଙ୍କ ଦ୍ଵାରା ଟ୍ରଫିକୁ ସ୍ଵାଗତ କରାଯାଇଥିଲା । ପରେ କୋଣାର୍କ ମନ୍ଦିରରେ ଟ୍ରଫି ପହଁଚିବା ପରେ ଟ୍ରଫିକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଦିଲ୍ଲୀପ କୁମାର ମହାପାତ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବିଭିନ୍ନ ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ପର୍ୟ୍ୟଟକ, ଓ ବିଭିନ୍ନ ବର୍ଗର ଲୋକେ ହକି ଟ୍ରଫି ସହିତ ଫଟୋ ଉତ୍ତୋଳନ କରିଥିବା ବେଳେ କୋଣାର୍କକୁ ବୁଲି ଆସିଥିବା ପର୍ୟ୍ୟଟକ ବିଶ୍ଵକପ ହକି ଟ୍ରଫିକୁ ଦେଖି ଉତ୍ସାହିତ ହୋଇଥିଲେ । ଏଭଳି ଆୟୋଜନ ପର୍ୟ୍ୟଟନ ବିକାଶରେ ସହାୟକ ହେବ ବୋଲି ମତ ପୋଷଣ କରିଥିବା ବେଳେ ବିଶ୍ଵ କପ ହକି ପାଇଁ ଆମ ରାଜ୍ୟ ଗର୍ବିତ ବୋଲି କହିଛନ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା।

Related posts

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau

ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ:ଡିସିପି

Odisha Sports Bureau

ହକିରେ ଓଡିଶା ପାଇଁ ଗୌରବ ଆଣିବେ ୫ ମହିଳା ଖେଳାଳୀ