Hockey

ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି

ପୁରୀ : ବଡଦାଣ୍ଡରେ ପହଞ୍ଚିଲା ବିଶ୍ୱକପ ଟ୍ରଫି । ପୁରୀ ଭ୍ରମଣ ପରେ ଶ୍ରୀମନ୍ଦିର ସାମ୍ନାରେ ଶୋଭା ପାଉଛି ହକି ବିଶ୍ୱକପ ଟ୍ରଫି । କୋଣାର୍କରେ ବିଶ୍ଵକପ ହକି ଟ୍ରଫିକୁ ବିପୁଳ ସମର୍ତନ ମିଳିଛି । ପୁରୀରୁ କୋଣାର୍କ ଅଭିମୁଖେ ଟ୍ରଫି ବାହାରିବା ପରେ ପ୍ରଥମେ ଇକୋରିଟ୍ରିଟରେ ପର୍ୟ୍ୟଟକ ଓ ଇକୋ ରିଟ୍ରିଟ ଅଫିସିଆଲଙ୍କ ଦ୍ଵାରା ଟ୍ରଫିକୁ ସ୍ଵାଗତ କରାଯାଇଥିଲା । ପରେ କୋଣାର୍କ ମନ୍ଦିରରେ ଟ୍ରଫି ପହଁଚିବା ପରେ ଟ୍ରଫିକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଦିଲ୍ଲୀପ କୁମାର ମହାପାତ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ବିଭିନ୍ନ ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ପର୍ୟ୍ୟଟକ, ଓ ବିଭିନ୍ନ ବର୍ଗର ଲୋକେ ହକି ଟ୍ରଫି ସହିତ ଫଟୋ ଉତ୍ତୋଳନ କରିଥିବା ବେଳେ କୋଣାର୍କକୁ ବୁଲି ଆସିଥିବା ପର୍ୟ୍ୟଟକ ବିଶ୍ଵକପ ହକି ଟ୍ରଫିକୁ ଦେଖି ଉତ୍ସାହିତ ହୋଇଥିଲେ । ଏଭଳି ଆୟୋଜନ ପର୍ୟ୍ୟଟନ ବିକାଶରେ ସହାୟକ ହେବ ବୋଲି ମତ ପୋଷଣ କରିଥିବା ବେଳେ ବିଶ୍ଵ କପ ହକି ପାଇଁ ଆମ ରାଜ୍ୟ ଗର୍ବିତ ବୋଲି କହିଛନ୍ତି ମନ୍ତ୍ରୀ ତୁଷାର କାନ୍ତି ବେହେରା।

Related posts

ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆର ଦମଦାର ବିଜୟ

Odisha Sports Bureau

ପୂର୍ଣ୍ଣ ଦର୍ଶକରେ ଖେଳାଯିବ ହକି ବିଶ୍ୱକପର ସବୁ ମ୍ୟାଚ:ମୁଖ୍ୟ ଶାସନ ସଚିବ

Odisha Sports Bureau

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau