Cricket

ପୁଣି ନମ୍ବର ୱାନ ଇଣ୍ଡିଆ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ଚମ୍ପିୟାନସିପର ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଲା ଭାରତ । ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟ ଜିତିବା ପରେ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନକୁ ଫେରିଛି ଭାରତୀୟ ଦଳ । ୧୫୭ ରନରେ ଇଂଲଣ୍ଡକୁ ପରାଜୟ କରିବା ପରେ ଏକାଥରକେ ୨୬ ପଏଣ୍ଟ ହାସଲ କରି ଭାରତ ୫୪.୧୭ ପଏଣ୍ଟ ପ୍ରତିଶତରେ ପହଞ୍ଚିଛି । ଫଳରେ ପୁଣି ଥରେ ଭାରତ ଏକ ନମ୍ବର ସ୍ଥାନକୁ କବଜା କରିବାରେ ସକ୍ଷମ ହୋଇ ପାରିଛି । ତୃତୀୟ ଟେଷ୍ଟ ହାରିବା ପରେ ତୃତୀୟ ସ୍ଥାନକୁ ଖସି ଆସିଥିଲା ଦଳ, କିନ୍ତୁ ଚତୁର୍ଥ ମ୍ୟାଚରେ ପୁଣିଥରେ କମବ୍ୟାକ କରିଛି । ତେବେ ଭାରତର ଏହି ସଫଳତା ପରେ କ୍ଷତିରେ ପଡିଛି ପାକିସ୍ତାନୀ ଦଳ । ପାକିସ୍ତାନ ପାଖରେ ଏବେ ୧୨ ପଏଣ୍ଟ ରହିଥିବା ବେଳେ ଦଳ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଏହାପରେ ୱେଷ୍ଟ ଇଣ୍ଡିଜ ୧୨ ପଏଣ୍ଟ ଏବଂ ୫୦ ପ୍ରତିଶତ ସହିତ ତୃତୀୟ ସ୍ଥାନରେ ଏବଂ ଇଂଲଣ୍ଡ ୧୪ ପଏଣ୍ଟ, ୨୯.୧୭ ପ୍ରତିଶତ ସହିତ ଚତୁର୍ଥ ସ୍ଥାନରେ ରହିଛି ।

ICC World Test Championship (2021-2023)

Related posts

ଭାରତୀୟ ଟିମକୁ ଏବେ ମିଳିଛି ନୂଆ ବୋଲିଂ କୋଚ

Odisha Sports Bureau

ଭାରତ ସରକାର ଶୁଳ୍କ ଛାଡ଼ ନ କଲେ, ଟି-୨୦ ଓ ଦିନିକିଆ ବିଶ୍ବକପ୍‌ ପ୍ରତ୍ୟାହୃତ

ଟିମ୍ ରେ ଧୋନିଙ୍କ ଯୋଗଦାନକୁ ନେଇ କପିିଲ ଦେବ କହିଥିଲେ କିଛି ଏପରି କଥା

Odisha Sports Bureau