Shooting

ଏୟାର ରାଇଫଲ ଚାମ୍ପିଆନସିପରେ ଏଲେଭେନିଲଙ୍କୁ ସ୍ୱର୍ଣ୍ଣ

(ଓଡିଶା ସ୍ପୋର୍ଟସ୍): ବିଶ୍ୱର ନମ୍ବର ୱାନ ଭାରତୀୟ ସୁଟର ଏଲାଭେନିଲ ଭାଲାରିଭାନ (୬୨୭.୫ ପଏଣ୍ଟ) ରବିବାର ଦିନ ଶେଖ ରସେଲ ଅନ୍ତର୍ଜାତୀୟ ଏୟାର ରାଇଫଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଏବଂ ଶାହ ତୁଷାର ମନେ (୬୨୩.୮ ପଏଣ୍ଟ) ନେଇଛନ୍ତି । ବାଂଲାଦେଶ ଶୁଟିଂ ସ୍ପୋର୍ଟସ ଫେଡେରେଶନ (ବିଏସଏସଏଫ) ଦ୍ୱାରା ଏହି ପ୍ରତିଯୋଗିତା ଅନଲାଇନରେ ଆୟୋଜିତ ହୋଇଥିଲା । ଏହି ୬୦ ଟି ସଟ୍ ପ୍ରତିଯୋଗିତାରେ ୬ଟି ଦେଶର ସୁଟର ଅଂଶଗ୍ରହଣ କରିଥିଲେ ।

ଏଲାଭେନିଲ ବ୍ୟତୀତ ଜାପାନର ଶିଓରି ହିରାଟା ରୌପ୍ୟ ଏବଂ ଇଣ୍ଡୋନେସିଆର ବିଦ୍ୟା ତୋଇବା ବ୍ରୋଞ୍ଜ ଜିତିଛନ୍ତି । ପୁରୁଷ ସ୍ୱର୍ଣ୍ଣକୁ ଜାପାନର ନୋୟା ଓକଡା (୬୩୦.୯ ପଏଣ୍ଟ) ଏବଂ ବାଂଲାଦେଶର ଅବଦୁଲ୍ଲା ହେଲ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ସାନପୁଅ ତଥା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାଇ ଶେଖ ରସେଲଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଏହି ଚାମ୍ପିୟନଶିପ ଆୟୋଜନ କରାଯାଇଥିଲା । ମହିଳା ୧୦ ମିଟର ଏୟାର ରାଇଫଲରେ ଏଲେଭେନିଲ ହେଉଛି ବିଶ୍ୱର ଏକ ନମ୍ବର ସୁଟର । ତାଙ୍କର ପରୀକ୍ଷା ହେତୁ ସେ ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ଶିବିରରେ ଭାଗ ନେଇନଥିଲେ । ୧୮ ମାର୍ଚ୍ଚର ଜାତୀୟ ମାନ୍ୟତା ଆଧାରରେ ଶାହୁ ମନେଙ୍କୁ ଚୟନ କରାଯାଇଥିଲା ।

Related posts

ସୁଟରମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଏନ୍ଆରଏଆଇ

Odisha Sports Bureau

ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ–ସୌରଭଙ୍କ ବିଶ୍ୱ ରେକର୍ଡ

Odisha Sports Bureau

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

Odisha Sports Bureau