Cricket

WTC କୁ ଫେରିଛନ୍ତି ଆଜିଙ୍କ୍ୟ ରହାଣେ

ବିସିସିଆଇ ପକ୍ଷରୁ ୱାର୍ଲ୍ଡ ଯେଷ୍ଟ ଚାମ୍ପିୟନସିପର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ୧୫ ଜଣିଆ ଭାରତୀୟ ଟିମ ଘୋସଣା ହୋଇଛି ।ଏହି ତାଲିକାରେ କିଛି କିଛି ପରିବର୍ତ୍ତନ ହୋଇଛି ଯେଉଁଠାରେ ଦେଖିବାକୁ ମଳିଛି । ପୁଣିଥରେ ଟେଷ୍ଟ ଟିମ୍କୁ ଫେରିଛନ୍ତି ଅଜିଙ୍କ୍ୟ ରାହାଣେ ।ଚଳିତ ଆଇପିଏଲ ସଂସ୍କରଣରେ ରାହାଣେ ଚମତ୍କାର ଫର୍ମରେ ଥିବା ବେଳେ ତାଙ୍କୁ ପୁଣି ଥରେ ଟେଷ୍ଟ ଟିମ୍ରେ ସୁଯୋଗ ଦିଆଯାଇଛି । ରୋହିତ ଶର୍ମା ଟିମ୍ର ଅଧିନାୟକ ଦାୟିତ୍ୱ ନେବେ। ଆହତ କାରଣରୁ ଟିମ୍ରୁ ବାଦ ପଡ଼ିଛନ୍ତି ଫାଷ୍ଟ ବୋଲର୍ ଯଶପ୍ରୀତ ବୁମ୍ରା ।
ୱାର୍ଲ୍ଡ ଯେଷ୍ଟ ଚାମ୍ପିୟନସିପ ରେ ଟିମ୍ ଇଣ୍ତିଆ ଅଷ୍ଟ୍ରେଲିଆକୁ ଭେଟିବ । ୭ ଜୁନ୍ରୁ ଇଂଲଣ୍ତର ଦ ଓଭାଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଟିମ୍ରେ ଯଶପ୍ରୀତ ବୁମ୍ରାଙ୍କ ଛଡ଼ା ଶ୍ରେୟସ ଅୟରଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ । ପୂର୍ବଥର ମଧ୍ୟ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ ଫାଇନାଲରେ ପହଞ୍ଚିଥିଲା । ଫାଇନାଲ୍ରେ ନ୍ୟୁଜିଲାଣ୍ତ ଭାରତକୁ ପରାସ୍ତ କରିଥିଲା । ତେବେ ଏଥର ଟିମ୍ ଏହି ଟ୍ରଫିକୁ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ।

Related posts

ଉଜ୍ଜ୍ୱଳ ହେବାକୁ ଯାଉଛି ସଞ୍ଜୁଙ୍କ ଭାଗ୍ୟ; ଟି -୨୦ ବିଶ୍ୱକପ ପରେ ମଧ୍ୟ ତାଙ୍କ ସ୍ଥାନ ଟିମ୍ ଇଣ୍ଡିଆରେ ରହିବ!

ବିରାଟ ଅନୁଷ୍କାଙ୍କ ଲଞ୍ଚଡେଟ

Odisha Sports Bureau

ଉତ୍ଥାନ-ପତନରେ ପରିପୂର୍ଣ୍ଣ ଥିଲା ଦୀନେଶ କାର୍ତ୍ତିକଙ୍କ ଲଭ୍ ଲାଇଫ