Cricket

WTC କୁ ଫେରିଛନ୍ତି ଆଜିଙ୍କ୍ୟ ରହାଣେ

ବିସିସିଆଇ ପକ୍ଷରୁ ୱାର୍ଲ୍ଡ ଯେଷ୍ଟ ଚାମ୍ପିୟନସିପର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ୧୫ ଜଣିଆ ଭାରତୀୟ ଟିମ ଘୋସଣା ହୋଇଛି ।ଏହି ତାଲିକାରେ କିଛି କିଛି ପରିବର୍ତ୍ତନ ହୋଇଛି ଯେଉଁଠାରେ ଦେଖିବାକୁ ମଳିଛି । ପୁଣିଥରେ ଟେଷ୍ଟ ଟିମ୍କୁ ଫେରିଛନ୍ତି ଅଜିଙ୍କ୍ୟ ରାହାଣେ ।ଚଳିତ ଆଇପିଏଲ ସଂସ୍କରଣରେ ରାହାଣେ ଚମତ୍କାର ଫର୍ମରେ ଥିବା ବେଳେ ତାଙ୍କୁ ପୁଣି ଥରେ ଟେଷ୍ଟ ଟିମ୍ରେ ସୁଯୋଗ ଦିଆଯାଇଛି । ରୋହିତ ଶର୍ମା ଟିମ୍ର ଅଧିନାୟକ ଦାୟିତ୍ୱ ନେବେ। ଆହତ କାରଣରୁ ଟିମ୍ରୁ ବାଦ ପଡ଼ିଛନ୍ତି ଫାଷ୍ଟ ବୋଲର୍ ଯଶପ୍ରୀତ ବୁମ୍ରା ।
ୱାର୍ଲ୍ଡ ଯେଷ୍ଟ ଚାମ୍ପିୟନସିପ ରେ ଟିମ୍ ଇଣ୍ତିଆ ଅଷ୍ଟ୍ରେଲିଆକୁ ଭେଟିବ । ୭ ଜୁନ୍ରୁ ଇଂଲଣ୍ତର ଦ ଓଭାଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଟିମ୍ରେ ଯଶପ୍ରୀତ ବୁମ୍ରାଙ୍କ ଛଡ଼ା ଶ୍ରେୟସ ଅୟରଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ । ପୂର୍ବଥର ମଧ୍ୟ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ ଫାଇନାଲରେ ପହଞ୍ଚିଥିଲା । ଫାଇନାଲ୍ରେ ନ୍ୟୁଜିଲାଣ୍ତ ଭାରତକୁ ପରାସ୍ତ କରିଥିଲା । ତେବେ ଏଥର ଟିମ୍ ଏହି ଟ୍ରଫିକୁ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ।

Related posts

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଭାରତ ଆଗୁଆ

Odisha Sports Bureau

ଚଳିତ ଆଇପିଏଲ୍ରେ ଆଜି ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ୍ ମୁକାବିଲାରେ ପୂର୍ବତନ ପେସର ଜାଭାଗଲ ଶ୍ରୀନାଥ ମ୍ୟାଚ ରେଫରି