ନୂଆଦିଲ୍ଲୀ: ଏସିଆ କପ ଉପରେ ଟିମ ଇଣ୍ଡିଆ ଟିମ ୟଙ୍ଗଷ୍ଟାରଙ୍କ କବଜା । ଶ୍ରୀଲଙ୍କାକୁ ୯ ୱିକେଟରେ ମାତ ଦେଇ ଦଳ ପିନ୍ଧିଲା ଚମ୍ପିଆନର ମୁକୁଟ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ ।
WHAT. A. WIN! ☺️ 👏
India U19 beat Sri Lanka U19 by 9⃣ wickets to clinch the #ACC #U19AsiaCup title. 🏆 👍 #BoysInBlue #INDvSL
Scorecard ▶️ https://t.co/GPPoJpzNpQ
📸 📸: ACC pic.twitter.com/bWBByGxc3u
— BCCI (@BCCI) December 31, 2021
ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ଦଳ । ନିର୍ଦ୍ଧାରିତ ୩୮ ଓଭରରେ ୯ ୱିକେଟ ବିନିମୟରେ ୧୦୬ ରନ ସଂଗ୍ରହ କରିଥିଲା ସିଂହଳି ଦଳ । ଡକ୍ଓ୍ବର୍ଥ ଲୁଇସ୍ ନିୟମ ଆଧାରରେ ଭାରତକୁ ମ୍ୟାଚ ଜିତିବା ପାଇଁ ୧୦୨ରନର ଆବଶ୍ୟକତା ଥିଲା ଯାହାକୁକି ମାତ୍ର ୨୧.୩ ଓଭରରେ ୧ ଓ୍ବିକେଟ ହରାଇ ହାସଲ କରିନେଇଥିଲେ ଭାରତୀୟ ୟଙ୍ଗ୍ ଷ୍ଟାର୍ସ । ଭାରତ ତରଫରୁ ରଘୁବଂଶୀ ୭ ଚୌକା ସହ ୫୬ ରନ ସଂଗ୍ରହ କରିଥିବା ବେଳେ ଶେଖ ରସିଦ ବ୍ୟକ୍ତିଗତ ୩୧ ରନ ସଂଗ୍ରହ କରିଥିଲେ । ଅଣ୍ଡର ୧୯ ଏସିଆ କପ୍ ମୋଟ ୯ଥର ଖେଳାଯାଇଥିବା ବେଳେ ସେଥିମଧ୍ୟରୁ ୮ଥର ବଜୟୀ ହୋଇଛି ଭାରତୀୟ ଯୁବ ବାହିନୀ । ୨୦୧୨ରେ କେବଳ ସଂଯୁକ୍ତ ବିଜୟ ଘୋଷଣା କରାଯାଇଥିଲା ।