Football

ମଙ୍ଗଳବାର ଫୁଟବଲ୍ ଇଭେଣ୍ଟରୁ ଏସୀୟ କ୍ରୀଡ଼ା ଆରମ୍ଭ

ନୂଆଦିଲ୍ଲୀ: ଚଳିତ ମାସ ୨୩ରୁ ଆନୁଷ୍ଠାନିକ ଭାବେ ଏସୀୟ କ୍ରୀଡ଼ା ଉଦ୍ଘାଟିତ ହେବାକୁ ଥିବାବେଳେ ମଙ୍ଗଳବାର ଠାରୁ ଫୁଟବଲ୍ ଇଭେଣ୍ଟରୁ ଏସୀୟ କ୍ରୀଡ଼ା ଆରମ୍ଭ ହେଉଛି। ଚାଇନାର ହାଙ୍ଗଜୋରେ ନଅ ବର୍ଷର ବ୍ୟବଧାନ ପରେ ଭାରତୀୟ ଫୁଟବଲ ଦଳ (ପୁରୁଷ ଏବଂ ମହିଳା) ଏସୀୟ ଗେମ୍ସ ଫିଲ୍ଡକୁ ଫେରିବେ। ଅଲମ୍ପିକ୍ସ ଡଟ୍ କମ୍ ଅନୁଯାୟୀ ଫୁଟବଲ୍ ଇଭେଣ୍ଟ ୧୯ସେପ୍ଟେମ୍ବରରୁ ଆରମ୍ଭ ହେବ । ଦୁଇ ଦିନ ପରେ ମହିଳାମାନେ ସେମାନଙ୍କର ପ୍ରଥମ ଖେଳ ଖେଳିବେ। ପ୍ରଥମ ଦିନରେ ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳ ଚୀନ୍ ବିପକ୍ଷରେ ଖେଳି ଏସୀୟ କ୍ରୀଡ଼ା ଅଭିଯାନ ଆରମ୍ଭ କରିବ। ଏବଂ ମହିଳାମାନଙ୍କ ମଧ୍ୟରେ ୧୬ଟି ଦଳକୁ ପାଞ୍ଚଟି ଦଳରେ ବିଭକ୍ତ କରାଯାଇଛି ।

ଭାରତ ୧୯୫୧ ମସିହାରେ ଦିଲ୍ଲୀ ଏବଂ ୧୯୬୨ ମସିହାରେ ଜାକର୍ତ୍ତାରେ ସ୍ବର୍ଣ୍ଣ ଦ୍ବୟ ଜିତିଥିଲା ବେଳେ ୧୯୭୦ ମସିହାରେ ବ୍ୟାଙ୍କକ୍ ରେ କାଂସ୍ୟ ପାଇଥିଲା। ଏହା ପରେ ଭାରତୀୟ ଫୁଟବଲ୍ ଦଳ ଆଉ କେବେ ପଦକ ଜିତିପାରିନି। ତେବେ ଚଳିତ ବର୍ଷ ୨୧ ଦଳୀୟ ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍-ଏ’ରେ ଚୀନ୍, ବାଂଲାଦେଶ ଓ ମିଆଁମାର ସହ ରହିଛି। ଚୀନ୍ ପରେ ଭାରତ ୨୧ରେ ବାଂଲାଦେଶ ଏବଂ ୨୪ରେ ମିଆଁମାର ବିପକ୍ଷରେ ଖେଳି ଗ୍ରୁପ୍ ପର୍ୟ୍ୟାୟ ଶେଷ କରିବ।

Related posts

କିଏ ଯୋଡିବ ସଫଳତାର ନୂଆ ଫର୍ଦ୍ଦ ?

Odisha Sports Bureau

ମେସି କ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସଂକ୍ରମଣ ହେବାର ଆଶଙ୍କା ତ ସବୁଠାରେ ରହିଛି

ଚେନ୍ନାଇନକୁ ହରାଇଲା ଏଟିକେ

Odisha Sports Bureau