Cricket

ଭାରତକୁ ଜିତିବା ପାଇଁ ୨୬୫ ରନ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲ୍ରିଆ

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମ ଟସ୍ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୬୪ ରନ୍ କରି ଅଲଆଉଟ ହୋଇଛି । ଭାରତକୁ ଜିତିବା ପାଇଁ ୨୬୫ ରନ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲ୍ରିଆ । ଷ୍ଟିଭ୍ ସ୍ମିଥ ଏବଂ ଆଲେକ୍ସ କେରି ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି । ଷ୍ଟିଭ ସ୍ମିଥ ୭୩ ରନ କରିଥିବା ବେଳେ ଆଲେକ୍ସ କେରି ୬୧ରନର କରିଛନ୍ତି । ଭାରତ ପାଇଁ ବୋଲିଂ କରି ମହମ୍ମଦ ଶାମି ୩ ୱିକେଟ ନେଇଥିବା ବେରୁଣ ଚକ୍ରବର୍ତ୍ତୀ ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Related posts

ନ୍ୟୁଜିଲ୍ୟାଣ୍ଡରେ ପୁରୁଷ ଦଳ ଭଳି ଭାରତୀୟ ମହିଳା ଦଳର ଶୋଚନୀୟ ପରାସ୍ତ

Odisha Sports Bureau

ସେପ୍ଟେମ୍ବର ୨୪ରୁ ବିଜୟ ହଜାରେ ଟ୍ରଫି, ଓଡ଼ିଶା ଦଳ ଘୋଷିତ

Odisha Sports Bureau

ବେଙ୍ଗାଲୁରୁ ଦଳାଚକଟା ଘଟଣା ପାଇଁ ଆରସିବିକୁ ଦାୟୀ କଲେ କର୍ଣ୍ଣାଟକ ସରକାର