Cricket

୧୦୦ତମ ଟି -୨୦ ମ୍ୟାଚ ଖେଳିବେନି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଡାଭି ୱାର୍ଣ୍ଣର

ମୁମ୍ବାଇ: ଭାରତରେ ନିଜର ୧୦୦ତମ ଟି -୨୦ ମ୍ୟାଚ ଖେଳିବେ ନି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟର ଡାଭି ୱାର୍ଣ୍ଣର ।ଆସନ୍ତା ୨୩ ତରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଯାଉଛି ।ଯେଉଁଥିରେ ଭାରତ ଓ ଅଷ୍ଟ୍ରେଲିଆ ହେବେ ମୁହାଁ ମୁହିଁ । ସୂର୍ଯ୍ୟ କୁମାର ଯାଦବଙ୍କ ଅଧିନାୟକତ୍ୱରେ ଭରତୀୟ ଦଳ କଙ୍ଗାରୁ ଭେଟିବ । ତେବେ ଏହି ମ୍ୟାଚରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ନିଜ ନାମକୁ ପ୍ରତ୍ୟାହାର କରିଛନ୍ତି । ସେ ଏହି ଦଳରେ ସ୍ଥାନ ପାଇଥିବା ବେଳେ ସେ କିନ୍ତୁ ନିଜ ଦେଶକୁ ଫେରି ଯାଇଥିବା କୁହାଯାଉଛି । ଚଳିତ ବିଶ୍ବକପରେ ୫୦୦ରୁ ଅଧିକ ସ୍କୋର କରିବା ସହ ଦମଦାର ଫର୍ମରେ ରହିଥିଲେ । ଏଣୁ ଟି-୨୦ରେ ମହଙ୍ଗା ସାବ୍ୟସ୍ତ ହୋଇଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା । ଟିମ ଇଣ୍ଡିଆର ସିନିୟର ଖେଳାଳିମାନେ ମଧ୍ୟ ଏହି ସିରିଜରେ ନଜର ଆସିବେନି । ବିରାଟ, ରୋହିତଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ ବୋଲି କୁହାଯାଉଛି ।

Related posts

ତୃତୀୟ ମ୍ୟାଚ ହାରିବା ସତ୍ତେ୍ୱ ଇଣ୍ଡିଜ ନାଁରେ ସିରିଜ

Odisha Sports Bureau

ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

Odisha Sports Bureau