Cricket

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ବାବର ଆଜମଙ୍କ ଚେତାବନୀ

ଏସିଆ କପରେବ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଥରେ ମୁକାବିଲାରେ  ଦେଖିବାକୁ ମିଳିବ । ପୂର୍ବରୁ ହୋଇଥିବା ମାତରେ  ବର୍ଷା ଯୋଗୁଁ ପ୍ରଶଂସକ ପୂରା ମ୍ୟାଚର  ଆନନ୍ଦ ଉଠାଇ ପାରି ନ ଥିଲେ। ଏବେ ଦୁଇ ଦଳ ପୁଣି ଥରେ ସୁପର-୪ ମୁକାବିଲାରେ ମୁହାଁମୁହିଁ  ହେବେ। ଏହି ବଡ଼ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଅଧିନାୟକ ବାବର ଆଜମ କହିଛନ୍ତି, ସେ ଭାରତ ବିପକ୍ଷ ପରବର୍ତ୍ତୀ ମ୍ୟାଚରେ  ୧୦୦ ପ୍ରତିଶତ ଦେବେ।

ଦୁଇ ଦେଶ ମଧ୍ୟରେ ମହାମୁକାବିଲା ସେପ୍ଟେମ୍ବର ୧୦ ତାରିଖ ରବିବାର ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ। ମ୍ୟାଚ୍କୁ ନେଇ ପାକିସ୍ତାନୀ ଅଧିନାୟକ କହିଛନ୍ତି, ଆମେ ବଡ଼ ମ୍ୟାଚ୍ ପାଇଁ ସର୍ବଦା ପ୍ରସ୍ତୁତ। ଆମେ ଭାରତ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍ରେ ନିଜର ୧୦୦ ପ୍ରତିଶତ ଦେବେ।

Related posts

୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା

Odisha Sports Bureau

ଧୋନି ଓ କୋହଲୀ ନିୟମ ଉଲଙ୍ଘନ କରିଛନ୍ତି

Odisha Sports Bureau

ଭିଭୋ IPL ହେଲା ଟାଟା IPL

Odisha Sports Bureau