Uncategorized

ରୋଇଂ ଗେମ୍ସର ସିଙ୍ଗଲସ୍ ସ୍କଲସର ପ୍ରଥମ ହିଟରେ ୪ର୍ଥ ସ୍ଥାନରେ ରହିଛନ୍ତି ବଲରାଜ

ନୂଆଦିଲ୍ଲୀ: ବାଜି ସାରିଛି କୀଡ଼ା ମହାକୁମ୍ଭର ବିଗୁଲ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ମଞ୍ଚ । ଏଥିପାଇଁ ସମସ୍ତ ଦେଶ ଏବଂ ବିବିଭନ୍ନ କ୍ରୀଡ଼ାର ଖେଳାଳି ରଣନୀତି ପ୍ରସ୍ତୁତି କରୁଛନ୍ତି । ଆସନ୍ତା ଅଗଷ୍ଟ ୧୧ ଯାଏ ଚାଲିବ ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଆଜି ରୋଇଂ ବିଭାଗର ପୁରୁଷ ସଙ୍ଗଲ୍ସ ସ୍କଲସ୍ ହିଟସ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳି ପନଓ୍ବାର ବଲରାଜ।
ବଲରାଜ ରୋଇଂ ଗେମ୍ସର ସିଙ୍ଗଲସ୍ ସ୍କଲସ୍ର ପ୍ରଥମ ହିଟ୍ରେ ୪ର୍ଥ ସ୍ଥାନରେ ରହିଛନ୍ତି। ବଲରାଜ ୩ ମିନିଟ୍ ୩୧ ସେକେଣ୍ଡ ଓ ୨୪ ମିଲି ସେକେଣ୍ଡରେ ନିଜ ହିଟ୍ ପୂର୍ଣ୍ଣ କରିଛନ୍ତି। ୪ର୍ଥ ସ୍ଥାନରେ ରହିଥିବାରୁ ବଲରାଜଙ୍କୁ କ୍ବାଟର ଫାଇନାଲ ଟିକେଟ୍ ମିଳିଲା ନାହିଁ।
ହେଲେ ଏବେ ମେଡାଲ ଆଶା ବଲରାଜଙ୍କର ରହିଛି। ଟପ୍ ୪ରେ ଥିବାରୁ ବଲରାଜଙ୍କୁ ରେପଚେଜ ଇଭେଣ୍ଟ ଜରିଆରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ରହିଥିବା କୁହାଯାଉଛି ।

Related posts

ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି

Odisha Sports Bureau

ରାଜ୍ୟଗୋଷ୍ଠୀ ଯୁବ ଭରୋତ୍ତୋଳନରେ ହୃଦାନନ୍ଦ ଜିତିଲେ ସ୍ବର୍ଣ୍ଣ

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

Odisha Sports Bureau