ତେବେ ବିଶ୍ୱକପ୍ ପୂର୍ବରୁ ଆହତ ଖେଳାଳିଙ୍କୁ ନେଇ ଆସିଛି ବଡ଼ ଅପଡେଟ । ଜସପ୍ରୀତ୍ ବୁମ୍ରା, ଶ୍ରେୟସ ଆୟର, ପ୍ରସିଦ୍ଧ କ୍ରିଷ୍ନା, କେଏଲ୍ ରାହୁଲ ଏବଂ ରିଷଭ ପନ୍ଥ ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି । ବିଶ୍ୱକପ୍ ପୂର୍ବରୁ ଏହି ସବୁ ଖେଳାଳି ନିଜକୁ ଫିଟ୍ କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି । ଏନେଇ ବିସିସିଆଇ ନିଜେ ଅପଡେଟ୍ ଦେଇଛି ।
ବିସିସିଆଇ ଅନୁଯାୟୀ, ବୁମ୍ରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ଫିଟନେସ ହାସଲ କରିସାରିଛି । ଉଭୟ ବୋଲର ଏବେ ନେଟ୍ସରେ ଫୁଲ୍ ଲେନ୍ଥରେ ବୋଲିଂ କରୁଛନ୍ତି । ଏହାପରେ କେଏଲ୍ ରାହୁଲ ଏବଂ ଶ୍ରେୟସ ଆୟର ମଧ୍ୟ ନେଟ୍ସରେ ବ୍ୟାଟିଂ କରିବା ଆରମ୍ଭ କରିଦେଇଛନ୍ତି । ଉଭୟ ବ୍ୟାଟର ମଧ୍ୟ ଧୀରେ ଧୀରେ ସେମାନ ନିଜର ଲୟ ଧରିବାକୁ ଚେଷ୍ଟା କରୁଛନ୍ତି । ସେହିପରି ଦୁର୍ଘଟଣାର ଶିକାର ହୋଇ ସୁସ୍ଥ ହେଉଥିବା ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ରିଷଭ ପନ୍ଥ ମଧ୍ୟରେ ନେଟ୍ସ ଝାଳ ବୁହାଇବା ଆରମ୍ଭ କରିଦେଇଛନ୍ତି । ରିଷଭ ମଧ୍ୟ ନେଟ୍ସରେ ଓ୍ୱିକେଟ୍ କିପିଂ କରିବା ଆରମ୍ଭ କରିସାରିଲେଣି । ସମସ୍ତ ଖେଳାଳିଙ୍କ ଉପରେ ବିସିସିଆଇର ମେଡିକାଲ ଟିମ୍ ଲଗାତର ଭାବେ ନଜର ରଖିଛନ୍ତି ।
ସେହିପରି ବିସିସିଆଇ ନିଜ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ଦ୍ରୁତ ବୋଲର ବୁମ୍ରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ନିଜର ଅନ୍ତିମ ପର୍ଯ୍ୟାୟ ରିହାବରେ ପହଞ୍ଚିସାରିଲେଣି । ଦ୍ରୁତ ଗତିରେ ଉଭୟ ବୋଲର ନେଟ୍ସରେ ବୋଲିଂ କରୁଛନ୍ତି । ଆଗାମୀ ଦିନରେ ଉଭୟ ବୋଲର କିଛି ଅଭ୍ୟାସ ମ୍ୟାଚ୍ ଖେଳିବେ । ଯାହାକୁ ଏନ୍ସିଏ ଆୟୋଜନ କରିବ ।