Cricket

ଗ୍ରାଉଣ୍ଡ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ବିସିସିଆଇ

ନୂଆଦିଲ୍ଲୀ: ୩ୟ ଥର ପାଇଁ ଆଇପିଏଲ ୨୦୨୪ ଟାଇଟଲ ହାସଲ କରିଛି କୋଲକତା ନାଇଟ ରାଇଡର୍ସ । ତେବେ ଆଇପିଏଲ ୨୦୨୪ ବିଜେତା ଟିମକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଛି । ତେବେ ବିସିସିଆଇ ଖେଳାଳିଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରର୍ସଙ୍କ ପାଇଁ ମଧ୍ୟ ଟଙ୍କା ବର୍ଷା କରିଛନ୍ତି ବିସିସିଆଇ । ବିସିସିଆଇ ସଚିବ ଜୟ ଶାହା ଗ୍ରାଉଣ୍ଡ ଷ୍ଟାଫକୁ ୨୫-୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହି ପୁରସ୍କାର ଟଙ୍କା ୧୦ ଟି ମଇଦାନର ଷ୍ଟାଫଙ୍କୁ ମିଳିବ । ସେହିଭଳି ୩ ଟି ଅତିରିକ୍ତ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଅଧିକ ଟଙ୍କା ମିଳିବ ।
ତେବେ ଜୟ ଶାହା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆମର ସଫଳ ଟି୨୦ ସିଜିନ ପଛରେ ଅନସଙ୍ଗ ହିରୋ ହେଉଛନ୍ତି ଗ୍ରାଉଣ୍ଡଷ୍ଟାଫ । ତାଙ୍କର ଏଥିପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେମାନେ ଖରାପ ପାଣିପାଗ ସ୍ଥିତିରେ ଭଲ ପିଚ ତିଆରି କରି ରଖିଥିଲେ । ୧୦ ନିୟମିତ ଆଇପିଏଲ ମଇଦାନରେ ଗ୍ରାଉଣ୍ଡସମ୍ୟାନ୍ ଏବଂ କ୍ୟୁରେଟର ଙ୍କୁ ୨୫-୨୫ ଲକ୍ଷ ଟଙ୍କା ମିଳିବ । ସେହିପରି ୩ଟି ଅତିରିକ୍ତ ମଇଦାନ ଷ୍ଟାଫଙ୍କୁ ୧୦-୧୦ ଲକ୍ଷ ଟଙ୍କା ମିଳିବ । ଆପଣମାନଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ । ଆଇପିଏଲ ୨୦୨୪ ବିଜେତା ଟିମ କୋଲକତା ନାଇଟ ରାଇଡର୍ସ ଟିମକୁ ୨୦ କୋଟି ମିଳିଛି । ସେହି ପରି ହାଇଦ୍ରାବାଦକୁ ୧୨.୫ କୋଟି ମିଳିଛି । ରାଜସ୍ଥାନ ରୟାଲ୍ସକୁ ୭ କୋଟି ଏବଂ ଆରସିବିକୁ ୬.୫ କୋଟି ଟଙ୍କା ମିଳିଥିବା ସୂଚନା ରହିଛି ।

Related posts

୯ରୁ ୯ ଜିତି ଭାରତର ରେକର୍ଡ, ବିଶ୍ୱକପରେ ଟିମ୍ ଇଣ୍ଡିଆର ବଡ଼ ବିଜୟ

Odisha Sports Bureau

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

Odisha Sports Bureau

ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍

Odisha Sports Bureau