ନୂଆଦିଲ୍ଲୀ: ୩ୟ ଥର ପାଇଁ ଆଇପିଏଲ ୨୦୨୪ ଟାଇଟଲ ହାସଲ କରିଛି କୋଲକତା ନାଇଟ ରାଇଡର୍ସ । ତେବେ ଆଇପିଏଲ ୨୦୨୪ ବିଜେତା ଟିମକୁ ପୁରସ୍କାର ରାଶି ଭାବେ ୨୦ କୋଟି ଟଙ୍କା ମିଳିଛି । ତେବେ ବିସିସିଆଇ ଖେଳାଳିଙ୍କ ସହିତ ଗ୍ରାଉଣ୍ଡ ଷ୍ଟାଫ ଏବଂ କ୍ୟୁରେଟରର୍ସଙ୍କ ପାଇଁ ମଧ୍ୟ ଟଙ୍କା ବର୍ଷା କରିଛନ୍ତି ବିସିସିଆଇ । ବିସିସିଆଇ ସଚିବ ଜୟ ଶାହା ଗ୍ରାଉଣ୍ଡ ଷ୍ଟାଫକୁ ୨୫-୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହି ପୁରସ୍କାର ଟଙ୍କା ୧୦ ଟି ମଇଦାନର ଷ୍ଟାଫଙ୍କୁ ମିଳିବ । ସେହିଭଳି ୩ ଟି ଅତିରିକ୍ତ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଅଧିକ ଟଙ୍କା ମିଳିବ ।
ତେବେ ଜୟ ଶାହା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆମର ସଫଳ ଟି୨୦ ସିଜିନ ପଛରେ ଅନସଙ୍ଗ ହିରୋ ହେଉଛନ୍ତି ଗ୍ରାଉଣ୍ଡଷ୍ଟାଫ । ତାଙ୍କର ଏଥିପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସେମାନେ ଖରାପ ପାଣିପାଗ ସ୍ଥିତିରେ ଭଲ ପିଚ ତିଆରି କରି ରଖିଥିଲେ । ୧୦ ନିୟମିତ ଆଇପିଏଲ ମଇଦାନରେ ଗ୍ରାଉଣ୍ଡସମ୍ୟାନ୍ ଏବଂ କ୍ୟୁରେଟର ଙ୍କୁ ୨୫-୨୫ ଲକ୍ଷ ଟଙ୍କା ମିଳିବ । ସେହିପରି ୩ଟି ଅତିରିକ୍ତ ମଇଦାନ ଷ୍ଟାଫଙ୍କୁ ୧୦-୧୦ ଲକ୍ଷ ଟଙ୍କା ମିଳିବ । ଆପଣମାନଙ୍କ ସମର୍ପଣ ଏବଂ କଠିନ ପରିଶ୍ରମ ପାଇଁ ଧନ୍ୟବାଦ । ଆଇପିଏଲ ୨୦୨୪ ବିଜେତା ଟିମ କୋଲକତା ନାଇଟ ରାଇଡର୍ସ ଟିମକୁ ୨୦ କୋଟି ମିଳିଛି । ସେହି ପରି ହାଇଦ୍ରାବାଦକୁ ୧୨.୫ କୋଟି ମିଳିଛି । ରାଜସ୍ଥାନ ରୟାଲ୍ସକୁ ୭ କୋଟି ଏବଂ ଆରସିବିକୁ ୬.୫ କୋଟି ଟଙ୍କା ମିଳିଥିବା ସୂଚନା ରହିଛି ।