Cricket

ଟେଷ୍ଟରେ ଡେବ୍ୟୁ କରିବା ପରେ ମା’କୁ ଫୋନ କରି ଭାବବିହ୍ୱଳ

ଭାରତ -ୱେଷ୍ଟଇଣ୍ଡିଜ ମଧ୍ୟରେ ହେଉଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଡେବ୍ୟୁ କରିଛନ୍ତି ବୋଲର ମୁକେଶ କୁମାର । ୨୯ ବର୍ଷୀୟ ମୁକେଶ ଭାରତୀୟ ଟେଷ୍ଟ ଟିମର ୩୦୮ ନଂ ଖେଳାଳି । ଟେଷ୍ଟ ପୂର୍ବରୁ ତାଙ୍କୁ ଟେଷ୍ଟ କ୍ୟାପ୍ ଦିଆଯାଇଥିଲା । ଅଶ୍ୱିନ ଏବଂ ମୁକେଶକୁ ଟେଷ୍ଟର କ୍ୟାପ୍ ପ୍ରଦାନ କରିଥିଲେ । ମୁକେଶ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ସାମିଲ ହୋଇଥିଲେ ।

ଟେଷ୍ଟରେ ଡେବ୍ୟୁ କରିବା ପରେ ମୁକେଶ ପ୍ରଥମେ ନିଜ ମା’କୁ ଫୋନ କରିଥିଲେ । ମା’କୁ ଫୋନ କରି ଭାବୁକ ହୋଇପଡିଥିଲେ । ଆଉ ମା’ ସହିତ କଥା ହେବା ବେଳେ କାନ୍ଦିଥିଲେ । ବିସିସିଆଇ ମୁକେଶଙ୍କ ଭାବବିହ୍ଵଳ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛି ।

ବିସିସିଆଇ ସେୟାର କରିଥିବା ଭିଡିଓରେ ଶୁଣିବାକୁ ମିଳିଛି ଯେ, ମୋ ମା’ ସବୁବେଳେ ଖୁସି ରହିବାକୁ କହିଛନ୍ତି । ସେ କହିଥିଲା, ମୋ ଆଶୀର୍ବାଦ ତୋ ସହିତ ସବୁବେଳେ ରହିଛି । ତୁ ସବୁବେଳେ ଆଗକୁ ଯାଆ । ନିଜର ସ୍ୱପ୍ନ ପୂରଣ କର । ଭଲ ପ୍ରଦର୍ଶନ କରେ । ଏହା ତୋ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ମା’ ତୁ ମୋ ପାଇଁ ଯେଉଁସବୁ ପୂଜା କରିଛୁ, ତା’ର ଫଳ ମୋତେ ମିଳିଛି । ଆଜି ଦେଶ ପାଇଁ ଖେଳିବାକୁ ସୁଯୋଗ ମିଳିଛି । ତୋ ଆଶୀର୍ବାଦ ମୋ ସହିତ ସବୁବେଳେ ରହିଛି । ବାପା ସବୁବେଳେ ମୁଁ ସରକାରୀ ଚାକିରି କରେ ବୋଲି ଚାହୁଁଥିଲେ କିନ୍ତୁ ତୁ ସୁବବେଳେ ମୋ ସ୍ୱପ୍ନକୁ ପୂରଣ କରିବାକୁ ଆଗେଇ ଆସିଥିଲୁ ।

Related posts

ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍

ସଚିନଙ୍କୁ ୫୦ ବର୍ଷ

Odisha Sports Bureau

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

Odisha Sports Bureau

Leave a Comment